ଶିକ୍ଷକ ବଦଳି ପାଇଁ ବିଧାୟକ ଓ ସାଂସଦଙ୍କ ସୁପାରିସରେ ଅନ୍ତରୀଣ ରହିତାଦେଶ

କଟକ : ରାଜ୍ୟ ସରକାର ନିକଟରେ ବିଧାୟକ ଓ ସାଂସଦଙ୍କ ସୁପାରିସ ଭିତ୍ତିରେ ଶିକ୍ଷକଙ୍କ ବଦଳି ସମ୍ପର୍କିତ ନିଷ୍ପତ୍ତି ନେଇଥିବା ବେଳେ ଏହି ସୁପାରିସ ଆଧାରରେ କରାଯାଇଥିବା ବଦଳି ଆଦେଶକୁ ବିରୋଧ କରି କେତେକ ଶିକ୍ଷକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କିତ ଦୁଇଟି ମାମଲାର ଶୁଣାଣି କରି ଆବେଦନକାରୀ ଶିକ୍ଷକଙ୍କ ବଦଳି ଆଦେଶ ଉପରେ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଫକିର ମହାନନ୍ଦ ଓ ରାହୁଲ ତ୍ରିପାଠୀଙ୍କ ତରଫରୁ ରୁଜୁ ଆବେଦନର ଶୁଣାଣି କରି ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପ୍ରତିପକ୍ଷ ରାଜ୍ୟ ସରକାର ଓ ଅନ୍ୟ ମାନଙ୍କୁ ନୋଟିସ କରିବା ସହ ଜବାବ ତଲବ କରିଛନ୍ତି ଅଦାଲତ।

ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ବିଧାୟକ ଓ ସାଂସଦ ମାନେ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ପର୍ୟ୍ୟନ୍ତ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସୁପାରିସ କରିପାରିବେ ବୋଲି ସରକାର ନେଇଥିବା ନିଷ୍ପତ୍ତିକୁ ବିଭାଗୀୟ ଯୁଗ୍ମ ସଚିବଙ୍କ ପକ୍ଷରୁ ଗତ ମେ୧୩ ତାରିଖରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଦିଆଯାଇଥିଲା। ବଦଳି ସୁପାରିସ ଜିଲ୍ଲାସ୍ତରୀୟ ବଦଳି କମିଟି(ଡିଏଲଟିସି)କୁ ମେ୧୫ରୁ ଜୁନ୧୫ ମଧ୍ୟରେ ପଠାଯିବା ପରେ କମିଟି କାର୍ୟ୍ୟକାରୀ କରିବ ବୋଲି ଉଲ୍ଲେଖ ଥିଲା। ଆବେଦନକାରୀ କଳହାଣ୍ଡି ଜିଲ୍ଲାର ଶିକ୍ଷକଙ୍କୁ ମଧ୍ୟ ଅନୁରୁପ ଭାବ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ସୁପାରିସ କ୍ରମେ ବଦଳି କରାଯାଇଥିଲା। ଏପରିକି ଆବେଦନକାରୀଙ୍କୁ ୧୦୦କିଲୋମିଟର ଦୂରକୁ ବଦଳି ପାଇଁ ଆଦେଶ ଜାରି ହୋଇଥିଲା। ଏଭଳି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବଦଳି ନିଷ୍ପତ୍ତି ପାଇଁ କୌଣସି କ୍ଷମତା କିମ୍ବା ଯଥାର୍ଥତା ନ ଥିବା ବେଳେ ବଦଳି ଆଦେଶକୁ ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଚାରି ସପ୍ତାହ ପରେ ହେବ ବୋଲି ଅଦାଲତ ଧାର୍ୟ୍ୟ କରିଛନ୍ତି।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ