ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ:୧୦ ଶିଶୁ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶ: ଗତରାତିରେ ଉତ୍ତରପ୍ରଦେଶର ଝାନସୀ ମେଡିକାଲ କଲେଜର ଶିଶୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୦ ଶିଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ବହୁ ଶିଶୁ ଜଳି ଗୁରୁତର ହୋଇପଡ଼ିଛନ୍ତି। ଏହି ଘଟଣାକୁ ଅତି ଗୁରୁତର ସହ ନେଇଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।ଝାନସୀ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁ ମୃତ ଶିଶୁଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏଥିସହ ଗୁରୁତରଙ୍କ ପରିବାର ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି।ଗତ ରାତିରେ ଘଟିଥିବା ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ।କ’ଣ ପାଇଁ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଲା,ଏତେ ସଂଖ୍ୟକ ଛୁଆଙ୍କ ଜୀବନ ଚାଲିଗଲା ତାହାର ଉଚ୍ଚସ୍ତରୀୟ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଯାଞ୍ଚ ରିପୋର୍ଟ ୧୨ ଘଣ୍ଟାରେ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ