ଶୀତ ଅଧିବେଶନ:ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର : ବନ୍ୟା ରାଜନୀତି ନେଇ ଉଛୁଳିବ ଶୀତ ଅଧିବେଶନ । ଗଞ୍ଜାମର ପ୍ରଳୟଙ୍କାରୀ ବନ୍ୟାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ଦଳ । ଉଭୟ ବିଜେଡି ଓ କଂଗ୍ରେସ ଆଗାମୀ ଅଧିବେଶନ ଆରମ୍ଭରୁ ହିଁ ଏହାକୁ ବଡ଼ ପ୍ରସଙ୍ଗ କରିବାକୁ ପ୍ରସ୍ତୁତ ରହିଛନ୍ତି । ଏପରିକି ବିଧାନସଭା ବାହାରେ ବି ବଡ଼ ବିକ୍ଷୋଭ କରିବା ଯୋଜନାରେ ଅଛନ୍ତି ବିରୋଧୀ ଦଳ । ୧୮ରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ତେବେ ପ୍ରଥମ ଦିନରୁ ହିଁ ବିଧାନସଭା କମ୍ପାଇବାକୁ ବିରୋଧୀ ଦଳ ଶକ୍ତ ପ୍ରସଙ୍ଗ ଧରି ଅପେକ୍ଷା କରି ରହିଛନ୍ତି ।

ଗତ ମୌସୁମୀ ଅଧିବେଶନ ଏମଏମଡିଆର ଆଇନ ସଂଶୋଧନ ଓ ପାଠ୍ୟପୁସ୍ତକ ତ୍ରୁଟି ଝଡ଼ରେ ଉଡ଼ିଯାଇଥିଲା । ଗୋଟିଏ ବି ଦିନ ପୂର୍ଣ୍ଣାଙ୍ଗ ଆଲୋଚନା ହୋଇପାରିନଥିଲା । ତେବେ ଶୀତ ଅଧିବେଶନରେ ବିରୋଧୀ ଦଳ ବନ୍ୟା ଓ କୋଟିଆ ଭଳି ତାଜା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇବା ସମ୍ଭାବନା ରହିଛି । ଶାସକ ଦଳ ମଧ୍ୟ ଏସବୁ ପ୍ରସଙ୍ଗରେ ପୂର୍ବ ସରକାରଙ୍କ ଦୋଷ ତ୍ରୁଟିକୁ ନେଇ ପାଲଟା ଆକ୍ରମଣ କରିବା ମୁଡ୍‌ରେ ଅଛନ୍ତି । ଅର୍ଥାତ୍‌ ଉଭୟ ପଟୁ ଆରୋପ-ପ୍ରତ୍ୟାରୋପ ରାଜନୀତି ସରଗରମ ରହିପାରେ । ବିଧାନସଭା ପାଇଁ ଆସନ୍ତା ୧୭ରେ ହିଁ ସବୁ ଦଳ ନିଜର ରଣନୀତି ବିଧିବଦ୍ଧ ଭାବେ ପ୍ରସ୍ତୁତ କରିବେ । ୧୭ ତାରିଖରେ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ମିଳିଛି । ବିରୋଧୀ ଦଳଙ୍କୁ କେମିତି ମୁକାବିଲା କରାଯିବ, ସେ ନେଇ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ବିଧାୟକମାନଙ୍କୁ ଗୁରୁ ମନ୍ତ୍ର ଦେବେ ।

ସେହିପରି ରାଜ୍ୟର ପ୍ରମୁଖ ପ୍ରସଙ୍ଗ ନେଇ ଦୃଢ଼ ସ୍ୱର ଉଠାଇବା ପାଇଁ ବିଜେଡି ବିଧାୟକମାନଙ୍କୁ ପରାମର୍ଶ ଦେବେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ସମସ୍ତ ପ୍ରମୁଖ ପ୍ରସଙ୍ଗକୁ ଗୃହରେ ବିରୋଧୀ ଦଳ ଉପସ୍ଥାପନ କରିବ । କଂଗ୍ରେସ ବିଧାୟକ ଦଳ ମଧ୍ୟ ୧୭ରେ ବସିବ ବୋଲି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି ।

ଶ୍ରୀ କାଡାମ କହିଛନ୍ତି, ଗଞ୍ଜାମ ବନ୍ୟା, କୋଟିଆ, ଏମଏମଡିଆର କଳା ଆଇନ, ଦରଦାମ, ଆଇନଶୃଙ୍ଖଳା ଭଳି ପ୍ରମୁଖ ପ୍ରସଙ୍ଗକୁ ଜୋରଦାର ଭାବେ ଗୃହରେ ଦଳ ଉଠାଇବ । ବିଜେପି ବିଧାୟକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି, ଆମ ସରକାର ଲୋକଙ୍କ ସରକାର । ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ । ବିଜେପି ବିଧାୟକ ଦଳ ବୈଠକରେ ଦଳ ପକ୍ଷରୁ ଏହି ଅଧିବେଶନ ନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହେବ । ୧୮ରୁ ଆରମ୍ଭ ହେବାକୁ ଥିବା ଅଧିବେଶନର କାର୍ଯ୍ୟସୂଚୀ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଛି । ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ । ୩୦ ନଭେମ୍ବରରେ ଅତିରିକ୍ତ ବଜେଟ ଉପରେ ବ୍ୟୟମଞ୍ଜୁରୀ ବିଲ୍‌ ଆସିବ ।

  • Related Posts

    ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସାମିଲ ହେଲେ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକ

    ଭୁବନେଶ୍ବର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକମାନେ ଯୋଗ ଦେଇଛନ୍ତି। ଏହି ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଜେଡିରୁ ନିଲମ୍ବିତ ବିଧାୟକ ସୌଭିକ ବିଶ୍ବାଳ, ଦେବୀ…

    Continue reading
    ଭୋଗରାଇ ଗସ୍ତରେ ସୁଜାତା ରାଉତ

    ଭୋଗରାଇ ଗସ୍ତରେ ସୁଜାତା ରାଉତ। ସକାଳୁ ସକାଳୁ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ସୁଜାତା। ଏହାପରେ ଦେହୁର୍ଡା ହନୁମାନ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !