‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 151 ତମ ଜନ୍ମ ଦିବସରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଆଜି ସକାଳେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ୍ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ନୂଆଦିଲ୍ଲୀସ୍ଥିତ ସର୍ଦ୍ଦାର ପଟେଲ ଛକରେ ଭାରତର ‘ଲୌହ ପୁରୁଷ’ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତ ପାଇଁ ତାଙ୍କର ତ୍ୟାଗ ଓ ନିଷ୍ଠାକୁ ମନେ ପକାଇଛନ୍ତି । X ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ହୃଦୟର ସହ ପ୍ରଣାମ । ସେ ଥିଲେ ‘ଅଖଣ୍ଡ ଭାରତ’ର ନିର୍ମାତା ଏବଂ ଦେଶର ‘ଲୌହ ପୁରୁଷ’ । ସେ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ସକ୍ଷମ ଭାରତ ଗଠନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଭାରତ ମାତାର ସେବାରେ ତାଙ୍କର ତ୍ୟାଗ ଓ ସମର୍ପଣ, ଏକ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ପାଇଁ ଆମ ପାଇଁ ପ୍ରେରଣାର ଏକ ବଡ଼ ଉତ୍ସ ହୋଇ ରହିଛି ।”
ଏହି ଅବସରରେ ବିଭିନ୍ନ ରାଜ୍ୟରେ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ଗୁଜୁରାଟର କେଭାଡିଆ ସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ (ଏକତା ପ୍ରତିମୂର୍ତ୍ତି)ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି । ‘ରାଷ୍ଟ୍ରୀୟ ଏକତା ଦିବସ’ ଭାରତରେ ରାଜନୈତିକ ଓ ଜାତୀୟତା କ୍ଷେତ୍ରରେ ଏକତା ଆଣିବାରେ ପଟେଲଙ୍କ ଭୂମିକାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।

  • Related Posts

    ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ ଓ ୨ ଗୁରୁତର

    ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଉତ୍ତର-ପଶ୍ଚିମ ଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପାଞ୍ଚଳ ଫେଜ୍ 1ରେ ଥିବା ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟି 4 ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ 2 ଜଣ ହସ୍ପିଟାଲରେ ଜୀବନ…

    Continue reading
    କକ୍ଷପଥରେ ନାଭିଗେସନ ଉପଗ୍ରହ ଏନ୍‌ଭିଏସ୍-୦୩

    ନୂଆଦିଲ୍ଲୀ: ନାଭିଗେସନ୍ କ୍ଷେତ୍ରରେ ଭାରତ ଲମ୍ବା ଉଡ଼ାଣ ଭରିଛି । ବିଦେଶୀ ଜିପିଏସ୍ ଉପରୁ କମିବ ନିର୍ଭରତା । ସେନାକୁ ମିଳିବ ଉନ୍ନତ ନାଭିଗେସନ୍ ସୁବିଧା । ମହାକାଶରେ ଭାରତ ବଡ଼ ସଫଳତା ହାସଲ କରିଛି । ଭାରତକୁ ତାର ନିଜସ୍ୱ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି