ସଡ଼କ ଦୁର୍ଘଟଣା : ଦମ୍ପତି ମୃତ

ସମ୍ପଲପୁର: ହସଖୁସିର ଯାତ୍ରା ପାଲଟିଗଲା ଜୀବନର ଶେଷ ଯାତ୍ରା । ଶ୍ୱଶୁର ଘର ଗାଁରୁ ଯାତ୍ରା ଦେଖି ହସି ହସି ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ । କିନ୍ତୁ କିଏ ଜାଣିଥିଲା, ଅଧା ବାଟରେ ଜମଦୂତ ସାଜି ଜଗି ରହିଛି ମୃତ୍ୟୁ । ଦ୍ରୁତଗାମୀ ଟ୍ରାକ୍ଟର ଓ ହାର୍ଭେଷ୍ଟର ମେସିନ୍ ଧକ୍କାରେ ଆଖି ବୁଜିଛନ୍ତି ଦମ୍ପତି । ଆଉ ଦୁର୍ଘଟଣାର ଗୋଟିଏ ଝଟକା, ଦୁଇ ନିଷ୍ପାପ ପୁଅଙ୍କ ମୁଣ୍ଡ ଉପରୁ ସବୁଦିନ ପାଇଁ ଛଡ଼ାଇ ନେଇଛି ବାପା-ମାଆଙ୍କ ହାତ । ସମ୍ବଲପୁର ଶାସନ ବାଇପାସରେ ଘଟିଛି ଏଭଳି କିଛି ଛାତିଥରା ସଡ଼କ ଦୁର୍ଘଟଣା ।

ଘଟଣା ଯେତିକି ଛାତିଥରା, ତା’ଠୁ ଅଧିକ ହୃଦୟବିଦାରକ ଏହି ପରିବାରର ଦୁଃଖ । ମୃତକ ହେଉଛନ୍ତି ସମ୍ବଲପୁର ଧନୁପାଲି ଥାନା ସାକ୍ଷୀପଡ଼ାର ରମେଶ ବଗର୍ତ୍ତୀ ଓ ତାଙ୍କ ପତ୍ନୀ ସବିତା ବଗର୍ତ୍ତୀ । ଶୁକ୍ରବାର ସନ୍ଧ୍ୟାରେ ଉଭୟ ସ୍କୁଟିରେ ଯାଇଥିଲେ ଶ୍ୱଶୁର ଘର ରାଣୀଖିଣ୍ଡା । ସେଠାରେ ଚାଲିଥିବା ଯାତ୍ରା ଦେଖିଥିଲେ । ମନ ଭରି ଯାତ୍ରା ଦେଖିବା ପରେ ଫେରୁଥିଲେ ନିଜ ଘର ସାକ୍ଷୀପଡ଼ାକୁ । ଠିକ୍ ଏହି ସମୟରେ ପଛପଟୁ ଏକ ହାର୍ଭେଷ୍ଟର ମେସିନ୍ ନେଇ ଆସୁଥିବା ଟ୍ରାକ୍ଟର, ଦମ୍ପତିଙ୍କ ସ୍କୁଟିକୁ ଓଭରଟେକ୍ କରିବାକୁ ଚେଷ୍ଟା କରିଥିଲା ।

ଓଭରଟେକ୍ ସମୟରେ ଟ୍ରାକ୍ଟର ପଛରେ ଲାଗିଥିବା ବିରାଟ ହାର୍ଭେଷ୍ଟର ମେସିନ୍ ସିଧାସଳଖ ସ୍କୁଟିକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ସ୍ୱାମୀ-ସ୍ତ୍ରୀ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା ।

ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ପୁଲିସ ଟ୍ରାକ୍ଟର ଓ ହାର୍ଭେଷ୍ଟର ମେସିନ୍ ଜବତ କରିଛି । ଅନ୍ୟପଟେ ଦୁର୍ଘଟଣାର କାରଣ ଓ ପରିସ୍ଥିତି ନେଇ ତଦନ୍ତ ଜାରି ରହିଛି । ଶନିବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ନେଇ ପୁଲିସ ସୂଚନା ଦେଇଛି ।

ଏହି ଦୁର୍ଘଟଣା କେବଳ ଦୁଇଟି ଜୀବନ ନେଇନାହିଁ, ବରଂ ଗୋଟିଏ ହସଖୁସିର ସଂସାରକୁ ଉଜାଡ଼ି ଦେଇଛି । ରମେଶ ଓ ସବିତାଙ୍କ ଅକାଳ ବିୟୋଗ ପରେ ଏବେ ୨୨ ବର୍ଷୀୟ ବଡ଼ ପୁଅ ଖୁସବନ୍ତ ଏବଂ ୧୫ ବର୍ଷୀୟ ସାନ ପୁଅ ଦିଲେଶ୍ୱର ସମ୍ପୂର୍ଣ୍ଣ ଅନାଥ ହୋଇପଡ଼ିଛନ୍ତି। ବାପା-ମାଆଙ୍କ ଫେରିବା ବାଟକୁ ଚାହିଁ ବସିଥିବା ଦୁଇ ପୁଅଙ୍କ ଆଖିରୁ ଏବେ ଲୁହ ଶୁଖୁନି । ଏବେ ପ୍ରଶ୍ନ, ରାସ୍ତାରେ ଏଭଳି ବିପଜ୍ଜନକ ଭାବେ କୃଷି ଯନ୍ତ୍ରପାତି ପରିବହନ ଉପରେ କେବେ ଲାଗିବ ଅଙ୍କୁଶ ? ଆଉ କେତେ ଜୀବନ ଗଲେ ଚେତିବେ ଦାୟିତ୍ୱରେ ଥିବା ଲୋକେ ?

  • Related Posts

    ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଛାତ ଆମର ସର୍ବୋଚ୍ଚ ପ୍ରାଥମିକତା – ମୁଖ୍ୟମନ୍ତ୍ରୀ

    ବଲାଙ୍ଗୀର: ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ…

    Continue reading
    ରେଡିମେଡ ଗାର୍ମେଣ୍ଟ ୟୁନିଟ କରି ସମସ୍ତଙ୍କ ପାଇଁ ଜଣେ ସଫଳ ମହିଳା ଉଦ୍ୟୋଗୀ ସାଜିଛନ୍ତି ଆକସ୍ମିତା

    ଦେବଗଡ:ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର କଳାମାଟି ଗ୍ରାମରେ ଏକ ରେଡିମେଡ ଗାର୍ମେଣ୍ଟ ୟୁନିଟ ପ୍ରତିଷ୍ଠା କରି ଆଜିର ଦିନରେ ଜଣେ ସଫଳ ଉଦ୍ୟୋଗୀ ହେବା ସହ ଆଖପାଖର ଲୋକମାନଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି ମହିଳା ଉଦ୍ୟୋଗୀ ଆକସ୍ମିତା ନନ୍ଦ।ସୂଚନା ଅନୁଯାୟୀ, ଦେବଗଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !