
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶରରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଜି ବଲାଙ୍ଗୀରରେ ବାଣ୍ଟିବେ ଆବାସ । କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୭ ଲକ୍ଷ ଘର ବାଣ୍ଟିବେ ସରକାର । ଅନ୍ତଦ୍ବୟ ଗୃହ ଯୋଜନାରେ ୩ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ ଲକ୍ଷ ଘର ଦେବେ ସରକାର । ଏହି ଅବସରରେ ପଶ୍ଚିମ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ।
ସୂଚନା ଅନୁଯାୟୀ, ଶନିବାର ସକାଳ ୯ଟା ୪୫ରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ। ସକାଳ ୧୦ଟା ୫୦ରେ ବଲାଙ୍ଗୀର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ପଥରଚେପା ପଡ଼ିଆରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ଅପରାହ୍ଣ ୧ଟା ୩୫ରେ ମୁଖ୍ୟମନ୍ତ୍ରୀଙ୍କ ସହ ହେଲିକପ୍ଟର ଯୋଗେ ବଲାଙ୍ଗୀରରୁ ଭୁବନେଶ୍ୱର ଫେରିବେ । ଅପରାହ୍ଣ ୩ଟା ୨୦ରେ ହୀରାପୁରସ୍ଥିତ ଚଉଷଠି ଯୋଗିନୀ ମନ୍ଦିରରେ ପହଞ୍ଚିବେ । ସେଠାରେ ଆୟୋଜିତ ‘କ୍ଷେତ ବଞ୍ଚାଅ ଅଭିଯାନ’ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅପରାହ୍ଣ ୩ଟା ୨୦ରୁ ୪ଟା ୨୦ ପର୍ଯ୍ୟନ୍ତ ସାମିଲ ହେବେ । କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନ ୪ଟା ୨୦ରେ ହୀରାପୁରରୁ ବାହାରି ୪ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା ୫ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ଭୋପାଳ ଅଭିମୁଖେ ଯାତ୍ରା କରିବେ । ସେହିପରି ଭୁବନେଶ୍ୱରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ସୂଚନା ରହିଛି ।






