
କାମାକ୍ଷାନଗର : କାମାକ୍ଷାନଗରରେ ପୃଥକ ପୃଥକ ସ୍ଥାନରେ ଦୁଇଟି ହାତୀ ମୃତ । ଗୋଟିଏ ଛୁଆ ହାତୀ ସହ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଗୋଦରିବିଲି ନିକଟରୁ ଗୋଟିଏ ହାତୀର ମୃତଦେହ ଠାବ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗ ତଦନ୍ତ ଚଳାଇଛି ।
ମାଈ ହାତୀଟିର ବୟସ ପ୍ରାୟ ୧୦ ବର୍ଷ ହୋଇଥିବା ବେଳେ ଛୁଆ ହାତୀଟିର ବୟସ ୬ମାସ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଚାରି ରୁ ପାଞ୍ଚ ଦିନ ହେବ ୩୮ ଟିକିଆ ହାତୀପଲ ଉପଦ୍ରବ କରୁଥିଲେ । ଆଜି ଦୁଇ ଦୁଇଟି ହାତୀର ମୃତ୍ୟୁକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ତଦନ୍ତ ପରେ ହିଁ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।






