ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ

ଭୁବନେଶ୍ୱର: ବ୍ରହ୍ମପୁର ସ୍ଥିତ ସମ୍ ହସ୍ପିଟାଲ୍ରେ ଏକ ଜଟିଳ ହେଡ୍ ଆଣ୍ଡ ନେକ୍ କ୍ୟାନ୍ସର ରିସେକ୍ସନ୍ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର ରୋଗୀ ମାନଙ୍କ ନିମନ୍ତେ ନୂତନ ଆଶା ସଂଚାର ହେବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ସୃଷ୍ଟି ହୋଇଛି ।
ଜଣେ ୬୯ ବର୍ଷୀୟ ପୁରୁଷଙ୍କର ଦକ୍ଷିଣ ପାଶ୍ୱର୍ ଗାଲ ମଧ୍ୟରେ ଥିବା ଅଂଶରେ କ୍ୟାନ୍ସର ସୃଷ୍ଟି ହୋଇ ଜଟିଳ ସ୍ୱାସ୍ଥ୍ୟ ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଏହାର ଅସ୍ତ୍ରୋପଚାର କରାଯାଇଥିଲା । ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।
ଏହି ଅସ୍ତ୍ରୋପଚାର ୬ ଘଂଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ସୃଷ୍ଟି ହୋଇଥିବା ଟୁ୍ୟମରଟି ଅଧିକ ମାତ୍ରାରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାରୁ ଏବଂ ମୁହଁ ଖୋଲି ପାରୁ ନଥିବାରୁୁ ଏହି ଅସ୍ତ୍ରୋପଚାର ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା । ତେବେ ଏତେ ସବୁ ସମସ୍ୟା ସତ୍ୱେ ଅସ୍ତ୍ରୋପଚାରଟି ବିନା କୋ÷ଣସି ସମସ୍ୟାରେ ସମ୍ପନ୍ନ କରାଯାଇଥିଲା । ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ହେବାରେ ଲାଗିଛନ୍ତି ଏବଂ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତରିତ ହୋଇଛନ୍ତି । ହସ୍ପିଟାଲ୍ର ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର କନ୍ସଲଟାଂଟ ଡାକ୍ତର ସାଇରୁଦ୍ର ଏସ. ପୁହାଣଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏହି ଟିମ୍ରେ ପ୍ଲାଷ୍ଟିକ୍ ଆଣ୍ଡ ରି-କନ୍ଷ୍ଟ୍ରକ୍ଟିଭ୍ ସର୍ଜନ୍ ଡାକ୍ତର ସୁଧାକର ଜେନା, ଆନ୍ସେଥେସିଓଲୋଜିଷ୍ଟ ଡାକ୍ତର ଶୁଭ୍ରଜିତ ସାହୁ, କି୍ରଟିକାଲ୍ କେୟାର ସ୍ପେଶିଆଲିଷ୍ଟ ଡାକ୍ତର ପ୍ରତୁ୍ୟଷକାନ୍ତି ମିଶ୍ର ଏବଂ ଡାକ୍ତର ପ୍ରିୟଙ୍କା ସାମିଲ ଥିଲେ ।
ସମ୍ ହସ୍ପିଟାଲ୍ ବ୍ରହ୍ମପୁରର ନିଦେ୍ର୍ଧଶକ ଶ୍ରୀ ଦେବପ୍ରସାଦ ଦାଶ ଏହି ସଫଳ ଅସ୍ତ୍ରୋପଚାର ନିମନ୍ତେ ଡାକ୍ତରୀ ଟିମ୍ ଏବଂ ସମସ୍ତ ଅସ୍ତ୍ରୋପଚାର କକ୍ଷର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସଫଳତା ନିମନ୍ତେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ କ୍ୟାନ୍ସରର ସମସ୍ତ ଚିକିତ୍ସା ନିମନ୍ତେ ମେଡିକାଲ୍ ଅଙ୍କୋଲୋଜି ଏବଂ କେମୋଥେରାପି ସେବା ଗତ ୬ ମାସ ଧରି ହସ୍ପିଟାଲରେ ଉପଲବ୍ଧ ହୋଇପାରିଛି ।

Related Posts

ଭୁବନେଶ୍ୱରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ରହିଥିବା ସର୍ବାଧିକ ୬ଟି ସୁଯୋଗକୁ ଉଠାଇ ଦିଆଯିବ। ଏହି ପରୀକ୍ଷା ଦେବା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ୮୦ତମ ସ୍ୱାଧୀନତା…

Continue reading
ଗଡମାଣତୀର ପଞ୍ଚାୟତରେ ପତାକା ଉତ୍ତୋଳନ କଲେ ଜେନ-ଜୀ

ବେଗୁନିଆ : ଗଡମାଣତୀର ପଞ୍ଚାୟତର ସରପଞ୍ଚ କରୁଣାକର ଦଳସିଂହରାୟ ସ୍ୱାଧୀନତା ଦିବସ ଅବସରରେ ଏକ ଅଭିନବ ପ୍ରୟାସ କରିଛନ୍ତି । ସମ୍ପ୍ରତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଜେନ-ଜୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଯୁକ୍ତ ଦୁଇର ଛାତ୍ର ଶୁଭାଶିଷ ସାମନ୍ତରାୟଙ୍କ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ