ସରକାରୀ କର୍ମଚାରୀଙ୍କ ଦରମାରୁ କଟିବ ଆଲିମୋନି, SOP ଜାରି କଲା ଅର୍ଥ ବିଭାଗ

ଭୁବନେଶ୍ବର: କ୍ଷମତାପ୍ରାପ୍ତ ଅଦାଲତଙ୍କ ଆଦେଶ ଅନୁଯାୟୀ ଭରଣପୋଷଣ ଓ ଆଲିମୋନି ପ୍ରଦାନରେ ଏଣିକି ଆଉ ହେବ ନାହିଁ ବିଳମ୍ବ । କୋର୍ଟଙ୍କ ଆଦେଶ ସତ୍ତ୍ୱେ ନିର୍ଦ୍ଧାରିତ ରାଶି ପ୍ରଦାନ କରୁନଥିବା ସରକାରୀ କର୍ମଚାରୀଙ୍କ ଦରମାରୁ ଉକ୍ତ ରାଶି କାଟି ହିତାଧିକାରୀଙ୍କୁ ସିଧାସଳଖ ପ୍ରଦାନ କରାଯିବ । ଏନେଇ ଗତକାଲି(ଗୁରୁବାର) ଅର୍ଥ ବିଭାଗ ପକ୍ଷରୁ ଏକ SOP ଜାରି କରାଯାଇଛି । କୋର୍ଟଙ୍କ ତାଗିଦ ପରେ ନିକଟରେ ଏନେଇ ପଦକ୍ଷେପ ନେବାକୁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ବ୍ୟବସ୍ଥା ଅନୁଯାୟୀ, କ୍ଷମତାପ୍ରାପ୍ତ ଅଦାଲତଙ୍କ ପ୍ରମାଣିତ ଓ କାର୍ଯ୍ୟକାରୀ ଆଦେଶ ମିଳିବା ପରେ ସମ୍ପୃକ୍ତ ଡ୍ରଇଂ ଆଣ୍ଡ ଡିସ୍‌ବର୍ସିଂ ଅଫିସର ବା DDO ତୁରନ୍ତ HRMSରେ କର୍ମଚାରୀଙ୍କ ମାସିକ ପେ-ବିଲ୍‌ରେ ଆଲିମୋନି ବା ଭରଣପୋଷଣ ରାଶିକୁ ‘Private Deduction’ ଭାବେ ଦର୍ଶାଇବେ । ଦରମାରୁ କଟାଯାଇଥିବା ଅର୍ଥ ଟ୍ରେଜେରୀ ମାଧ୍ୟମରେ DDOଙ୍କ ନିର୍ଦ୍ଦିଷ୍ଟ ସରକାରୀ କରେଣ୍ଟ ଆକାଉଣ୍ଟରେ ଜମା ହେବ । ପରେ ତାହାକୁ ହିତାଧିକାରୀଙ୍କ ଯାଞ୍ଚ ହୋଇଥିବା ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ । ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ DDOଙ୍କୁ କୋର୍ଟ ଆଦେଶର ସତ୍ୟତା, ବୈଧତା ଓ କାର୍ଯ୍ୟକାରୀ ସ୍ଥିତି ଯାଞ୍ଚ କରିବାକୁ ହେବ । ଏଥିସହ ହିତାଧିକାରୀଙ୍କ ପରିଚୟ ଓ ବ୍ୟାଙ୍କ ଖାତା ବିବରଣୀ ଯାଞ୍ଚ କରି ନିର୍ଦ୍ଧାରିତ ଫର୍ମାଟରେ ତାଙ୍କ ଅଣ୍ଡରଟେକିଂ ଗ୍ରହଣ କରିବେ ।

ଆଲିମୋନି ବା ଭରଣପୋଷଣ ପାଉଥିବା ହିତାଧିକାରୀଙ୍କୁ ବର୍ଷକୁ ଦୁଇ ଥର ଶାରୀରିକ ଯାଞ୍ଚ ପାଇଁ DDOଙ୍କ ନିକଟରେ ହାଜର ହେବାକୁ ପଡ଼ିବ । ଏପ୍ରିଲରେ ପ୍ରଥମ ଥର ଏବଂ ଏହାର ଛଅ ମାସ ପରେ ନଭେମ୍ବରରେ ଦ୍ୱିତୀୟ ଥର ହାଜର ହେବାକୁ ହେବ । ନିର୍ଦ୍ଧାରିତ ସମୟରେ ହାଜର ନହେଲେ ପରବର୍ତ୍ତୀ ରାଶି ପ୍ରଦାନକୁ ଅଟକାଇ ଦିଆଯିବ । ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ହିଁ ପୁନର୍ବାର ଅର୍ଥ ପ୍ରଦାନ କରାଯିବ ।

ସେହିପରି କୋର୍ଟଙ୍କ ଆଦେଶରେ ପରିବର୍ତ୍ତନ, ସ୍ଥଗିତ କିମ୍ବା ବାତିଲ ହେଲେ ହିତାଧିକାରୀଙ୍କୁ ତୁରନ୍ତ DDOଙ୍କୁ ଲିଖିତ ଭାବେ ଜଣାଇବାକୁ ହେବ । ଭରଣପୋଷଣ ପାଇବାର ଅଧିକାରକୁ ପ୍ରଭାବିତ କରୁଥିବା ବୈବାହିକ ସ୍ଥିତିରେ ପରିବର୍ତ୍ତନ ହେଲେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେବା ଆବଶ୍ୟକ । ଏପରି ପରିବର୍ତ୍ତନ ନଜଣାଇବା ଯୋଗୁଁ ଅଧିକ ଅର୍ଥ ପ୍ରଦାନ ହେଲେ, ତାହା ଆଇନ ଅନୁଯାୟୀ ହିତାଧିକାରୀଙ୍କଠାରୁ ଆଦାୟ କରାଯାଇପାରିବ ।

ସମଗ୍ର ପ୍ରକ୍ରିୟାରେ DDOଙ୍କୁ ମୁଖ୍ୟ ଦାୟିତ୍ୱ ଦିଆଯାଇଛି । କୋର୍ଟଙ୍କ ଆଦେଶ ଅନୁଯାୟୀ ଦରମାରୁ ରାଶି କାଟିବା, ହିତାଧିକାରୀଙ୍କ ଯାଞ୍ଚ, ସମୟୋଚିତ ଭାବେ ଅର୍ଥ ପଠାଇବା ଏବଂ ଏ ସଂକ୍ରାନ୍ତ ରେକର୍ଡ ସଂରକ୍ଷଣ କରିବେ DDO । HRMS/IFMSରେ ଏକୀକୃତ ଓ ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଏହି SOP ଅନ୍ତରୀଣ ବ୍ୟବସ୍ଥା ଭାବେ ଲାଗୁ ରହିବ ।

  • Related Posts

    ୧୧ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ: ୫ଜଣଙ୍କ କାଏମ

    ଦେବଗଡ଼:୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ହେଉଛି।ଯାହାକୁ ନେଇ ବର୍ତ୍ତମାନ ଦେବଗଡ ଜିଲ୍ଲାର ବିଭିନ୍ନ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡିଛି।ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଥିବା‌ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ…

    Continue reading
    ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

    ଦେବଗଡ଼:ଦେବଗଡ ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜ୍ୟ ଯୋଗାଣ ବିଭାଗର ଏମଡି କେ ସୁଦର୍ଶନ ଚକ୍ରବର୍ତ୍ତୀ ୨ ଦିନିଆ ଦେବଗଡ ଗସ୍ତରେ ଆସି ଆଜି ପୌରାଚଂଳ,ତିଲେଇବଣି ଏବଂ ବାରକୋଟ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଶ୍ରୀ ଚକ୍ରବର୍ତ୍ତୀ ଜିଲ୍ଲା ମୁଖ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ