ସିଇସିଙ୍କୁ ସରକାର ସୁରକ୍ଷା ଦେଉଛନ୍ତି: ଅଭିଜିତ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କୁ ନରେନ୍ଦ୍ର ମୋଦୀ ସରକାର ସୁରକ୍ଷା ଦେଉଛନ୍ତି। ଜ୍ଞାନେଶଙ୍କ ସୁରକ୍ଷା ପାଇଁ ସରକାର ଦେଶର ରାଜଧାନୀ ଦିଲ୍ଲୀକୁ ଏବେ ଭାରତ-ପାକିସ୍ତାନ ସୀମାରେ ପରିଣତ କରିଦେଇଛନ୍ତି ବୋଲି କକ୍ରୋଚ ଜନତା ପାର୍ଟିି (ସିଜେପି) ମୁଖ୍ୟ ଅଭିଜିତ୍ ଦୀପକେ କହିଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଅଭିଜିତ୍ କହିଛନ୍ତି ଯେ ଅକ୍ଟୋବର ୧୦ରେ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ କେବଳ ଜଣେ ବ୍ୟକ୍ତି ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥିଲା। ନିର୍ବାଚନ କମିସନଙ୍କ ମଧ୍ୟରେ ମତଭେଦ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ଦିନଠାରୁ ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ସରକାରୀ କଳକୁ ବ୍ୟବହାର କରୁଛନ୍ତି। ବିଗତ କିଛି ଦିନ ହେବ ସମସ୍ତ ଛାତ୍ର ସଂଗଠନ ଓ ଯୁବକମାନେ ଦିଲ୍ଲୀର ରାସ୍ତାରେ ଆନ୍ଦୋଳନ କରୁଛନ୍ତି। କେବଳ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କୁ ରାସ୍ତାରେ ଘୋଷାରି ନିଆଯାଉଛି।
ଅଭିଜିତ୍ କହିଛନ୍ତି ଯେ ଜ୍ଞାନେଶଙ୍କୁ ସୁରକ୍ଷା ଦେବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଓ ପିନାରାଇ ବିଜୟନ୍‌ଙ୍କୁ ମଧ୍ୟ ଅଟକ ରଖାଗଲା। ଅକ୍ଟୋବର ୧୦ରେ ସିଜେପି ପ୍ରତିବାଦ ସମୟରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ଭବତଃ ଦେଶରେ ପ୍ରଥମ ଥର ପାଇଁ ହୋଇଛି। କେବଳ ଜ୍ଞାନେଶଙ୍କ ପାଇଁ ରେଳ ସେବା ଓ ଦିଲ୍ଲୀରେ ମେଟ୍ରୋ ସେବା ବନ୍ଦ କରାଗଲା ଏବଂ ମେଟ୍ରୋ ଷ୍ଟେସନଗୁଡ଼ିକୁ ସିଲ୍ କରିଦିଆଗଲା। ସରକାର ଜାମ୍ମୁ-କାଶ୍ମୀରରୁ ସୁରକ୍ଷା ବାହିନୀ ଆଣି ଦିଲ୍ଲୀରେ ମୁତୟନ କଲେ। ସରକାର ଏବେ ନିଜ ଦେଶବାସୀଙ୍କ ବିରୋଧରେ ହିଁ ଯୁଦ୍ଧ ଘୋଷଣା କରିଛନ୍ତି ବୋଲି ଅଭିଜିତ୍ କହିଛନ୍ତି। ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯିବା ସମ୍ପର୍କରେ ସେ କହିଛନ୍ତି ଯେ ସରକାର ଜାତୀୟ ପତାକା ଉଡ଼ାଇବାକୁ ମଧ୍ୟ ଆଇନର ଉଲ୍ଲଙ୍ଘନ ବୋଲି କହୁଛନ୍ତି। ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଯଦି ଜ୍ଞାନେଶ ବିଜେପିକୁ ନିର୍ବାଚନ ଜିତିବାରେ ସାହାଯ୍ୟ କରୁ ନଥାନ୍ତେ ତେବେ ପ୍ରଧାନମନ୍ତ୍ରୀ ତାଙ୍କୁ ଏତେ ସୁରକ୍ଷା ଯୋଗାଉ ନଥାନ୍ତେ।
ସିଜେପି ମୁଖ୍ୟ ଆହୁରି କହିଛନ୍ତି ‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ (ଗୋଟିଏ ଦେଶ, ଗୋଟିଏ ନିର୍ବାଚନ) କେବଳ ଏକ ସ୍ଲୋଗାନ। ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ‘ଗୋଟିଏ ଦେଶ, ଗୋଟିଏ ଦଳ’। ସରକାର ଯଦି ଛାତ୍ର ନେତା, ସାମାଜିକ କର୍ମୀ ଓ ବିରୋଧୀ ନେତାମାନଙ୍କୁ ଅଟକ ରଖିବାକୁ ଚାହୁଁଛନ୍ତି, ତେବେ ଆନୁଷ୍ଠାନିକ ଭାବେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଦିଅନ୍ତୁ। ସରକାର ଆନୁଷ୍ଠାନିକ ଭାବେ ଜରୁରିକାଳୀନ ପରିସ୍ଥିତି ଘୋଷଣା ନ କରିବା ଅର୍ଥ ସରକାର କାହାକୁ ଡରୁଛନ୍ତି। ସୌରଭ ଦାସ ଓ ଆଶୁତୋଷଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ଅପରାହ୍ଣ ୫ଟାରେ ନୂଆଦିଲ୍ଲୀର କନ୍ନଟ ପ୍ଲେସ ସେଣ୍ଟ୍ରାଲ ପାର୍କଠାରେ ଏକାଠି ହୋଇ ଜାତୀୟ ପତାକା ଉଡ଼ାଇବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ଏଆଇଏସ୍‌ଏ ମୁଖ୍ୟ ନେହା ବୋରା, ଜେଏନ୍‌ୟୁଏସ୍‌ୟୁର ପୂର୍ବତନ ସଭାପତି ଆଇସେ ଘୋଷ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଅଭିନେତା ପ୍ରକାଶ ରାଜ ଓ ଅନ୍ୟମାନେ ମଧ୍ୟ ବକ୍ତବ୍ୟ ରଖିଥିଲେ। ବୋରା ସାମ୍ବାଦିକମାନଙ୍କୁ ଅଟକ ରଖିବା, ମାଡ଼ ମାରିବା ଓ କ୍ୟାମେରା ଛଡ଼ାଇ ନେବା ଘଟଣାକୁ ନିନ୍ଦା କରିବା ସହ ଦିଲ୍ଲୀ ପଲିସ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି। ସେହିପରି ପ୍ରଶାନ୍ତ ଭୂଷଣ କହିଥିଲେ ଯେ ଆମେ କ୍ଷମତା ପରିବର୍ତ୍ତନ ଚାହଁୁଛୁ। ଏଥିରେ କୌଣସି ଭୁଲ୍‌ ନାହିଁ।

  • Related Posts

    ସାମ୍ବାଦିକଙ୍କ ପାଇଁ ଗାଇଡଲାଇନ ଜାରି

    ଆନ୍ଦୋଳନ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛି ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ)। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ କିପରି ନିଜର ସୁରକ୍ଷା ବଜାୟ ରଖିବେ, ବୃତ୍ତିଗତ ନିରପେକ୍ଷତା ଅବଲମ୍ବନ କରିବେ ଏବଂ…

    Continue reading
    ବୋନସ ଘୋଷଣା କଲେ କେନ୍ଦ୍ର ସରକାର

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ୩୦ ଦିନର ‘ନନ-ପ୍ରଡକ୍ଟିଭିଟି ଲିଙ୍କଡ’ (ଆଡ-ହକ) ବୋନସ ପ୍ରଦାନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ବୋନସର ହିସାବ ମାସିକ ୭,୦୦୦ ଟଙ୍କାର ଦରମା ସୀମା ଆଧାରରେ କରାଯାଏ। ଅର୍ଥାତ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି