ସୁପ୍ରିମକୋର୍ଟ: ଶପଥ ନେଲେ ୫ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଢିଲା ଜଜଙ୍କ ସଂଖ୍ୟା। ୫ ଜଣ ନୂଆ ଜଜଙ୍କୁ ଶପଥ ଗ୍ରହଣ କରାଇଲେ ସିଜେଆଇ ସୂର୍ଯ୍ୟକାନ୍ତ। ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଶଙ୍କ ସଂଖ୍ୟା ୩୭କୁ ବୃଦ୍ଧି। ଏବେ କୋର୍ଟରେ ସ୍ଵୀକୃତିପ୍ରାପ୍ତ ୩୮ ପଦବୀ ଭିତରୁ କେବଳ ଗୋଟିଏ ପଦ ଖାଲି ରହିଛି। ବରିଷ୍ଠ ଓକିଲ ଭେଙ୍କିତା ସୁବ୍ରମଣି ମୋହନା ବାରରୁ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ହୋଇଥିବା ଦେଶର ଦ୍ୱିତୀୟ ମହିଳା।ନୂଆକରି ଶପଥ ନେଇଥିବା ୫ ବିଚାରପତି ହେଲେ ଜଷ୍ଟିସ୍ ଭେଙ୍କିତା ସୁବ୍ରମଣି ମୋହନା, ବମ୍ଵେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଶୀଲ ନାଗୁ, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜାମ୍ମୁ କାଶ୍ମୀର ଓ ଲଦ୍ଦାଖ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଅରୁଣ ପଲ୍ଲି। ସୁପ୍ରିମକୋର୍ଟ କଲେଜିୟମ ମେ ୨୭ରେ ଏମାନଙ୍କ ନାମ ସୁପାରିଶ କରିଥିଲା। ମାତ୍ର ୪ ଦିନ ଭିତରେ ସରକାର ଏମାନଙ୍କ ନାମରେ ମୋହର ମାରିଛନ୍ତି।
ଗତ ମାସରେ, ସରକାର ଏକ ଅଧ୍ୟାଦେଶ ମାଧ୍ୟମରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ ରୁ ୩୮ କୁ ବୃଦ୍ଧି କରିଥିଲେ। ମୋଟ ଛଅଟି ପଦବୀ ଖାଲି ପଡ଼ିଥିଲା। ପାଞ୍ଚଟି ନୂତନ ନିଯୁକ୍ତି ପରେ, ବର୍ତ୍ତମାନ କେବଳ ଗୋଟିଏ ପଦବୀ ଖାଲି ଅଛି। ତେବେ ଜୁନ୍ ମାସରେ ଦୁଇଜଣ ବିଚାରପତି ଅବସର ନେବାକୁ ଯାଉଛନ୍ତି। ଜଷ୍ଟିସ୍ ପଙ୍କଜ ମିଥଲ ଜୁନ୍ ୧୬ରେ ଏବଂ ଜଷ୍ଟିସ୍ ଜେ.କେ. ମାହେଶ୍ୱରୀ ଜୁନ୍ ୨୮ରେ ଅବସର ନେବେ।ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା (୨୦୧୮)ଙ୍କ ପରେ ବରିଷ୍ଠ ଆଇନଜୀବୀ ଭେଙ୍କିତା ସୁବ୍ରମଣି ମୋହନା ଦେଶର ଦ୍ୱିତୀୟ ମହିଳା। ଯିଏକି ବାରରୁ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଛନ୍ତି। ୫୯ ବର୍ଷୀୟ ମୋହନା ୧୯୮୮ ମସିହାରେ କୋଏମ୍ବାଟୁର ଲ’ କଲେଜରୁ ତାଙ୍କର ପାଠପଢ଼ା ସମାପ୍ତ କରିଥିଲେ। ତାଙ୍କୁ ୨୦୧୫ ମସିହାରେ ବରିଷ୍ଠ ଆଇନଜୀବୀର ମାନ୍ୟତା ଦିଆଯାଇଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟରେ ଦୁଇଜଣ ମହିଳା ବିଚାରପତି ଅଛନ୍ତି – ଜଷ୍ଟିସ୍ ମୋହନା ଏବଂ ଜଷ୍ଟିସ୍ ବିଭି ନାଗରତ୍ନା। ଜଷ୍ଟିସ୍ ନାଗରତ୍ନା ୨୦୨୭ ମସିହାରେ ଗୋଟିଏ ମାସରୁ ଅଧିକ ସମୟ ପାଇଁ ଭାରତର ପ୍ରଧାନ ବିରାପତି ଭାବେ କାର୍ଯ୍ୟ କରିବେ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ