ସୌମ୍ୟଙ୍କ ସର୍ଭିସ୍ ରେକର୍ଡ ଯାଞ୍ଚ କଲା ଏନ୍ଏଚ୍ଆରସି ଟିମ୍‌

ଭୁବନେଶ୍ୱର: କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆରସି) ଟିମ୍ ତଦନ୍ତର ଦିଗକୁ ସୌମ୍ୟଙ୍କ ଇତିହାସ ଆଡ଼େ ମୋଡିଛି । ତାଙ୍କ ଚାକିରି କାଳ ସହ ପୁରୁଣା ପ୍ରେମିକା ସହ ସମ୍ପର୍କ ଓ ବିବାଦର ସତ ପରଖିଛି । ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇପିଏସ୍‌ଙ୍କ ସମ୍ପୃକ୍ତିକୁ ନେଇ ଖୋଳତାଡ଼ ଜାରି ରଖିଛି । ବଡ଼ କଥା ହେଲା, ସମ୍ପୃକ୍ତ ଆଇପିଏସ୍‌ଙ୍କ ବାସଭବନରେ ସୌମ୍ୟ ଡ୍ୟୁଟି କରୁଥିବାର କୌଣସି ସୁରାକ ଟିମ୍‌କୁ ମିଳିନାହିଁ ।ଏନ୍ଏଚ୍ଆର୍‌ସି ଟିମ୍ ଗୁରୁବାର ଅପରାହ୍ଣରେ କଟକ ଓଏମ୍‌ପି ଛକସ୍ଥିତ ଜିଆର୍‌ପି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇଥିଲା । ସେଠାରେ ପ୍ରାୟ ୩ଘଣ୍ଟା ରହି ସୌମ୍ୟଙ୍କ ସର୍ଭିସ ରେକର୍ଡ ପରଖିଥିଲା । ସୌମ୍ୟ କେବେ ଚାକିରି ପାଇଥିଲେ? ମାସିକ ଦରମା କେତେ ଥିଲା? କେତେ ଦିନ ଛୁଟିରେ ରହିଥିଲେ? ଚାକିରିରୁ କାହିଁକି ନିଲମ୍ବନ କରାଗଲା? ଆକାଉଣ୍ଟ ସେକ୍ସନ ଓ ରିଜର୍ଭ ସେକ୍ସନ୍ ବା ଫୋର୍ସ ସେକ୍ସନ୍‌କୁ ଏନେଇ ଆବଶ୍ୟକ କାଗଜପତ୍ର ଉଣ୍ଡାଳିଥିଲା । ବଡ଼ କଥା ହେଉଛି, ଚାକିରି କାଳରେ ସୌମ୍ୟ ଜଣେ ବରିଷ୍ଠ ଆଇପିଏସ୍‌ଙ୍କ ଘରେ ଡ୍ୟୁଟି କରୁଥିବାର ଅଭିଯୋଗ ଉଠିଥିଲା । କିନ୍ତୁ ଏହାର ତଥ୍ୟ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଲାନି । ସୌମ୍ୟ ଜିଆର୍‌ପି କାର୍ଯ୍ୟାଳୟରେ କେତେ ଦିନ ଅନୁପସ୍ଥିତ ଥିଲେ, ସେନେଇ ତଥ୍ୟ ହାତେଇ ଫେରିଥିଲା ଟିମ୍ ।

ଜିଆର୍‌ପି ଏସ୍‌ପି ଭବାନୀ ଉଦ୍‌ଗାତାଙ୍କ କହିବାନୁସାରେ, ଏନ୍ଏଚ୍ଆର୍‌ସି ଟିମ୍‌କୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଛି । ଯାହା ବି କାଗଜପତ୍ର ମାଗିଥିଲେ, ସେସବୁ ଦିଆଯାଇଛି । କିିଛି ସର୍ଭିସ ରେକର୍ଡର ନକଲ ମଧ୍ୟ ଟିମ୍‌କୁ ହସ୍ତାନ୍ତର କରାଯାଇଛି । ସେପଟେ ତଦନ୍ତ ପ୍ରକ୍ରିୟାର ଚତୁର୍ଥ ଦିନରେ ରାଜ୍ୟ ଅତିଥି ଭବନରେ ହାଜର ହୋଇଥିଲେ ସୌମ୍ୟଙ୍କ ବାନ୍ଧବୀ । ୨୦୨୨ ମସିହାରେ ବାନ୍ଧବୀ କଟକ ମହିଳା ଥାନାରେ ସୌମ୍ୟଙ୍କ ବିରୋଧରେ ଲଭ୍-ସେକ୍ସ-ଧୋକ୍କା ଏତଲା ଦେଇଥିଲେ । ଏମିତିକି ସୌମ୍ୟ ଗାଡିି ଚଢ଼ାଇ ବାନ୍ଧବୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ଆଣିଥିଲେ ଯେଉଁଥିପାଇଁ ସୌମ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ । ଚାକିରିରୁ ନିଲମ୍ବିତ ହୋଇଥିଲେ ।

ସୌମ୍ୟ ହତ୍ୟା ସହ ଏହି ମାମଲାର କିଛି ଲିଙ୍କ୍ ଅଛି କି ନାହିଁ, ତାହା ଯାଞ୍ଚ କରିଥିଲା ଏନ୍ଏଚ୍ଆର୍‌ସି ଟିମ୍ । ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ତାଙ୍କୁ ଜେରା କରାଗଲା । ତଦନ୍ତକାରୀ ଅଧିକାରୀମାନେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଜୋନ୍-୪ ଏସିପି ଅଭିମନ୍ୟୁ ନାୟକ, କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରିଣୀ ତଥା ଡିଏସ୍‌ପି ରତ୍ନପ୍ରଭା ଶତପଥୀ, ବାଲିଅନ୍ତା ଥାନାର ପୂର୍ବତନ ତଦନ୍ତ ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଏସ୍ଆଇଙ୍କୁ ମଧ୍ୟ ଟିମ୍ ଜେରା କରିଛି ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ