ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ

ଭୁବନେଶ୍ଵର : GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ । ସୌମ୍ୟ ହତ୍ୟା ପଛରେ ଅଛି କି ପୁରୁଣା ବିବାଦ । ଗତକାଲି NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନେ । NHRC ସମସ୍ତଙ୍କୁ ଡାକି ଘନଘନ ଜେରା କରୁଥିବା ବେଳେ ଏହାରି ଭିତରେ ଭାଇରାଲ ହେବାରେ ଲାଗିଛି ଜଣେ ଯୁବତୀଙ୍କ କଥାବାର୍ତ୍ତାର ଅଡ଼ିଓ । ଯେଉଁଥିରେ ସୌମ୍ୟ ଓ ସୌମ୍ୟଙ୍କ ସାଙ୍ଗ ଓମ୍ ବିଷୟରେ କଥା ହେଉଛନ୍ତି । ଓମ୍ ବିଷୟରେ ଅନେକ କଥା କହୁଛନ୍ତି। ଯେଉଁ ଯୁବତୀ କଥା ହେଉଛନ୍ତି ସେ ସୌମ୍ୟଙ୍କ ସହ ଅତି ଘନିଷ୍ଠ ସମ୍ପର୍କ ଥିବା ଭଳି ଭଳି ଜଣା ପଡୁଛି। ତେବେ ଏ ଯୁବତୀ ଜଣକ କିଏ? ଯିଏ ସୌମ୍ୟ ଓ ଓମ ଭିତରେ ଥିବା ବିବାଦକୁ ପୂରା ଜାଣିଛି। ଯେଉଁ ଓମଙ୍କୁ ନେଇ ପୂର୍ବରୁ ମଧ୍ୟ ସୌମ୍ୟଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି।

ଭାଇରାଲ ଅଡିଓରେ ଅନେକ ତଥ୍ୟ ରହିଛି । ଓମ୍ ଙ୍କ ବିଷୟରେ ଅନେକ କିଛି କଥା ଆସିଛି ସାମ୍ନାକୁ। ସତ୍ୟ ବିହାର ଜିମ୍ କୁ ନେଇ ଓମ୍ ଏବଂ ସୌମ୍ୟ ଙ୍କ ମଧ୍ୟରେ ହୋଇଥିଲା ବିବାଦ। ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା। ଭାଇରାଲ ହେଉଥିବା ଏହି ଅଡିଓ କାହାର ଓ କିଏ ସେ ଯୁବତୀ ଏହାର ତଦନ୍ତ ହେବା ଦରକାର ବୋଲି ଦାବି ହେଉ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ