ସ୍ବଚ୍ଛତା ସଚେତନତା ପାଇଁ ବିଏମ୍‌ସିର ଗ୍ରିନ୍‌ ଓ ରେଡ୍ ଟୋକେନ୍ ପ୍ରୟାସ

ଭୁବନେଶ୍ୱର,24।09: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସ୍ବଚ୍ଛତା ପାଇଁ ଭିନ୍ନ ପ୍ରୟାସ ଆରମ୍ଭ କରିଛି। ଘରୋଇ ବର୍ଜ୍ୟର ପୃଥକୀକରଣରେ ଉନ୍ନତି ଆଣିବା ସହ ପୃଥକୀକରଣକୁ ମାନି ନିୟମିତ ଓଦା ଶୁଖିଲା ବର୍ଜ୍ୟକୁ ପୃଥକ ଭାବେ ଦେଉଥିବା ପରିବାରଙ୍କୁ ପ୍ରଶଂସା କରିବା ପ୍ରକ୍ରିୟା ଆରମ୍ଭ କରିଛି। ଏଥିସହ ଯେଉଁମାନେ ଏଥିପାଇଁ ପ୍ରୟାସ କରୁଛନ୍ତି, ସେମାନଙ୍କୁ ବି ପ୍ରଶଂସା କରିଛନ୍ତି। ଯେଉଁମାନେ ବର୍ଯ୍ୟବସ୍ତୁକୁ ପୃଥକୀକରଣ କରି ଦେଉଛନ୍ତି ସେମାନଙ୍କୁ ଗ୍ରିନ୍‌ ତଥା ସବୁଜ ଟୋକନ୍‌ ଓ ଯେଉଁମାନେ ଆବର୍ଜନା ପୃଥକୀକରଣର ପ୍ରୟାସ କରୁଛନ୍ତି, ସେମାନଙ୍କୁ ରେଡ୍‌ ତଥା ନାଲି ଟୋକନ୍‌ ଦିଆଯାଇଛି। ଏହି ପ୍ରକ୍ରିୟା ଭୁବନେଶ୍ୱରବାସୀଙ୍କୁ ଆବର୍ଜନା ପୃଥକୀକରଣ ପ୍ରକ୍ରିୟା ଶିଖିବାରେ ସାହାୟକ ହେବ ବୋଲି ବିଏମ୍‌ସି ଆଶାପୋଷଣ କରିଛି। ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ସ୍ବଚ୍ଛତା ପକ୍ଷର ଏହି ପ୍ରକ୍ରିୟା ଜାରି ରହିବ ବୋଲି ବିଏମସି କହିଛି।

ବିଏମସି କର୍ତ୍ତୃପକ୍ଷ କହିଛନ୍ତି, ଗ୍ରିନ୍‌ ଟୋକନ୍ ଅର୍ଥ ଭଲ ଓ ରେଡ୍ ଟୋକେନ୍ ଅର୍ଥ ବର୍ଜ୍ୟ ପୃଥକୀକରଣ କରିଦେବାରେ ଆହୁରି ସୁଧାର ଆଣିବାର ଆବଶ୍ୟକତା ରହିଛି। ସ୍ବଚ୍ଛ ସାଥୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଟୋକନ୍‌ ପ୍ରଦାନ କରିଛନ୍ତି। ଏହି ଭିନ୍ନ ପ୍ରୟାସରେ ବୃହତର ଗୋଷ୍ଠୀ ସହଭାଗିତା ପାଇଁ କର୍ପୋରେଟରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଵାର୍ଡ ସ୍ତରରେ ଏହି ବାର୍ତ୍ତା ପ୍ରତି ଘରେ ପହଞ୍ଚାଇବା ପାଇଁ ମେୟର ସୁଲୋଚନା ଦାସ କର୍ପୋରେଟରଙ୍କ ସହଯୋଗ କାମନା କରିଛନ୍ତି। ସ୍ବଚ୍ଛ ଉତ୍ସବ ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କର୍ମଚାରୀ ତଥା ଜନସାଧାରଣଙ୍କୁ ପୋଷ୍ଟର, ବ୍ୟାନର୍‌ ମାଧ୍ୟମରେ ସଚେତନ କରାଯାଉଛି।

ଗତ ବର୍ଷ ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ ସମଗ୍ର ଦେଶରେ ନବମ ସ୍ଥାନରେ ରହିଛି। ଚଳିତ ବର୍ଷ ଯେପରି ୧ ନମ୍ବର ସ୍ଥାନରେ ରହିବ, ସେଥିପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ବିଏମ୍‌ସି ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ବୋଲି କମିସନର ଚଞ୍ଚଳ ରାଣା କହିଛନ୍ତି। ଶ୍ରୀ ରାଣା କହିଛନ୍ତି, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି। ଏ ଦିଗରେ ସେ ବିଏମ୍‌ସି ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀ, ଯୁବକଯୁବତୀ, ବିଭିନ୍ନ ଆବାସିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ, ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟକ୍ତି ବିଶେଷଙ୍କ ସହଯୋଗ କାମନା କରିଛନ୍ତି

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ