ହଂସିତା ଏବଂ ଅନିଲଙ୍କୁ ଜାମିନ

କଟକ: ହଂସିତା ଅଭୀଲିପ୍ସା ଏବଂ ତାଙ୍କ ସହଯୋଗୀ ଅନିଲ ମହାନ୍ତିଙ୍କୁ ସୋମବାର କୋର୍ଟରୁ ମିଳିଛି ଜାମିନ। ହାଇକୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପାସପୋର୍ଟ ସରେଣ୍ଡର କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତେବେ ୫୦ ହଜାର ଟଙ୍କାର ଜଣେ ଜାମିନଦାର ବଦଳରେ ଜାମିନ ମିଳିଛି। ମୂଳ ଠକେଇ ମାମଲାରେ ଉଭୟଙ୍କୁ ଜାମିନ ମିଳିଛି।

ହଂସିତା ଅଭୀଲିପ୍ସାଙ୍କ ଠକେଇ ପଦାକୁ ଆସିବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। କନ୍ଧମାଳରୁ ଆସିଥିବା ଏହି ମହିଳା ଖୁବ୍‌ କମ୍‌ ସମୟରେ ଭୁବନେଶ୍ୱରରେ ନିଜ କାୟା ବିସ୍ତାର କରିଥିଲେ। ସେ ବିବାହିତ ହୋଇ ମଧ୍ୟ ଠିକଣା ବଦଳାଇ ଅନିଲ ମହାନ୍ତିଙ୍କ ସହ ମିଶି ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ଠକେଇ ମାଧ୍ୟମରେ ପର୍ୟ୍ୟାପ୍ତ ଅର୍ଥ ଉପାର୍ଜନ କରିଥିବା ଖବର ପଦାକୁ ଆସିଥିଲା।
ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ହେଉଛି ଯେ, ହଂସିତା ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଅନିଲଙ୍କୁ ଜ୍ୱାଇଁ ପରିଚୟ ଦେଇ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଠକି ଚାଲିଥିଲେ। ଗତ ମାସ ଶେଷ ଆଡ଼କୁ ସେମାନଙ୍କ କଳାକାରନାମା ଆସିବା ପରେ ବହୁ ଗୁମୁର କଥା ପଦାକୁ ଆସୁଛି। ଏବେ ରାଜ୍ୟରେ ଭାଜପା ସରକାର ଚାଲିଛି। କେତେକ ଭାଜପା ନେତା କହୁଛନ୍ତି ହଂସିତା-ଅନିଲ ଯୋଡ଼ିଙ୍କ ସହ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଭିଜିଲାନ୍ସ ବିଭାଗ ଏହି ଘଟଣାର ତଦନ୍ତ କରୁଛି।

  • Related Posts

    ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲେ

    ହିଞ୍ଜିଳିକାଟୁ: ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଖଣ୍ଡର ଛକରେ ଘଟିଛି ଅଭାବନୀୟ ଘଟଣା ଗୁରୁତର ଯୁବକ ହେଲେ ଉଦ୍ଧବ ପାଢୀ। ଉଦ୍ଧବ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଜଣେ ବ୍ୟକ୍ତି ଲିଫ୍ଟ ମାଗିଥିଲେ।…

    Continue reading
    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ