
ଭୁବନେଶ୍ୱର: ରାଜ୍ୟରେ ରାସନକାର୍ଡ ହଠାତ କଟାଯିବନି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୩୦ ଲକ୍ଷ ୭୩୪ଜଣ ଇ-କେୱାସି କରିନାହାନ୍ତି । ମାର୍ଚ୍ଚ ୩୧ ପରେ ଜଣାପଡ଼ିବ କେତେ ଲୋକ ଇ-କେୱାଇସି କରିନାହାନ୍ତି । ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ କରି ଇ-କେୱାସି କାହିଁକି ହୋଇନି ତାହାର ଯାଞ୍ଚ ହେବନି । ୬ ଲକ୍ଷ ୩୫ ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଛି, ୧୫ ଏପ୍ରିଲ ସୁଦ୍ଧା ସର୍ଭେ କାମ ଶେଷ ହେବ । ସର୍ଭେ ପରେ ନୂଆ ରାସନକାର୍ଡ ହିତାଧିକାରୀ ରାସନ ପାଇବେ । ନୂଆ ପୋର୍ଟାଲ ଖୋଲିଛି,୫୦ ହଜାର ଆବେଦନ ଆସିଛି ।






