
ଭୁବନେଶ୍ବର: ଓଡ଼ିଶାରେ ସାଧାରଣତଃ ଏପ୍ରିଲ ମାସରୁ ସକାଳୁଆ ସ୍କୁଲ୍ ହୋଇଥାଏ। ହେଲେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଆଗରୁ ଅନୁଭୂତ ହେଉଥିବାରୁ ରାଜ୍ୟରେ ଖୁବ ଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ। ଆଜି ଏଭଳି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା କରାଯିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଆଗରୁ ଅନୁଭୂତ ହେଉଥିବାରୁ ରାଜ୍ୟରେ ଖୁବ ଶୀଘ୍ର ସକାଳୁଆ ହୋଇପାରେ ସ୍କୁଲ। ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ହେବ। ଆଜି ଏଭଳି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା କରାଯିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।







