ହାଇୱାରେ ମଟର ସାଇକେଲ ପିଟିହୋଇ ୧ ମୃତ, ୧ ଗୁରୁତର

ଦେବଗଡ଼ -ବାରକୋଟ ଥାନା ଝୁମ୍ପୁରା ଗ୍ରାମ ଛକ ପାଖରେ ଏକ ହାଇୱା ଟ୍ରକରେ ଏକ ମୋଟର ସାଇକେଲ ଧକ୍କା ଦେବା ଫଳରେ ଜଣଙ୍କର ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ସୂଚନା ଅନୁସାରେ ଝୁମ୍ପୁରା ଗ୍ରାମ ଛକ ନିକଟରେ ଏକ ହାଇୱା ଆଗ ଚକ ଫୁଟିଯିବା ଫଳରେ ରାସ୍ତା କଡରେ ଛିଡା ହୋଇଥିଲା। ସିଙ୍ଗୁର ଗ୍ରାମର ଅଶୋକ କୁମାର ପ୍ରଧାନ (୩୫) ପିତା – ମଦନ ମୋହନ ପ୍ରଧାନ, ଅମିତ କୁମାର ସାହୁ ପିତା – ପ୍ରାଣବନ୍ଧୁ ସାହୁ ଉଭୟେ ବାରକୋଟ ପଟରୁ ନିଜ ଗ୍ରାମ କୁ ମୋଟର ସାଇକେଲ (OD19D2661) ଯୋଗେ ନିଜ ଗ୍ରାମ କୁ ଫେରିବା ସମୟରେ ଭାରସାମ୍ୟ ହରାଇ ଝୁମ୍ପୁରା ଛକ ନିକଟରେ ଛିଡା ହୋଇଥିବା ହାଇୱାର ପଛପଟୁ ପିଟି ହେବା ଫଳରେ ଛିଟିକି ହୋଇ ତଳେ ପଡି ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ଅଶୋକ କୁମାର ପ୍ରଧାନଙ୍କ ମୃତ ହୋଇଥିବା ବେଳେ ଅମିତ କୁମାର ସାହୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦେବଗଡ଼ ଡାକ୍ତରଖାନା କୁ ପଠା ଯାଇଥିଲା।ଖବର ପାଇ ବାରକୋଟ ଥାନା ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Related Posts

    ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା : ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ।…

    Continue reading
    ଇଞ୍ଜିନିୟରମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ

    ବିଗତ କିଛିମାସ ଧରି ଭିଜିଲାନ୍ସ ଜାଲରେ ମାଳମାଳ ଇଞ୍ଜିନିୟର ଧରାପଡ଼ିବା ପରେ ରାଜ୍ୟ ସରକାର ଓଡ଼ିଶା ଇଞ୍ଜିନିୟରିଂ ସେବା(ଓଇଏସ) ଓ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା(ଓଡ଼ିଇଏସ) କ୍ୟାଡ଼ରର ଅଧିକାରୀମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ କରିଛନ୍ତି। ୨୦୧୯ ସେପ୍ଟେମ୍ବର ୨୪ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ