ହେବନାହିଁ ଆର୍‌ସିବିର ବିଜୟ ଶୋଭାଯାତ୍ରା

ନୂଆଦିଲ୍ଲୀ : ଆଇପିଏଲ-୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଦଳ କ୍ରମାଗତ ଦୁଇଥର ଆଇପିଏଲ ଚମ୍ପିଆନ ହେବା ପରେ ​‌େବଙ୍ଗାଲୁରୁ ସମେତ ସମଗ୍ର କର୍ଣ୍ଣାଟକରେ ଖୁସିର ଲହରି ଖେଳିଯାଇଛି। ରବିବାର ରାତିରେ ଫାଇନାଲରେ ଆରସିବି ଗୁଜରାଟକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିବା ପରେ ମଧ୍ୟରାତ୍ରିରେ ପ୍ରଶଂସକମାନେ ରାସ୍ତାକୁ ଓହ୍ଲାଇ ଖୁସି ମନାଇଥିଲେ। ତେବେ ଗତବର୍ଷର ଘଟଣାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ କ୍ରିକେଟ ସଂଘ ପକ୍ଷରୁ ଚଳିତ ବର୍ଷ କୌଣସି ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି ଘୋଷଣା କରିଛି। ଏ ନେଇ ଆରସିବି ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ଦୁଇଟି କାରଣ ପାଇଁ ଚଳିତ ଥର ଆରସିବିର ବିଜୟ ଉତ୍ସବ ପାଳନ କରାଯିବ ନାହିଁ ବୋଲି ଜଣାପଡ଼ିଛି। ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ଆଇପିଏଲ-୧୮ରେ ଚମ୍ପିଆନ ହୋଇଥିଲା। ଆରସିବି ପ୍ରଥମ ଥର ପାଇଁ ଆଇପିଏଲ ଟ୍ରଫି ଜିତିଥିବାରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ବିଜୟ ଉତ୍ସବ ସମୟରେ ଦଳାଚକଟାରେ ୧୧ଜଣ ଲୋକ ପ୍ରାଣ ହରାଇଥିଲେ। ଏଥର ଆରସିବି ପରିଚାଳନା, ପୋଲିସ କେହି ଏପରି ଘଟଣାର ପୁନରାବୃତ୍ତି ଚାହୁଁନାହାନ୍ତି। ଏଣୁ ଆରସିବି ବିଜୟ ପରେ ତୁରନ୍ତ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏକ୍ସରେ ନିବେଦନ କରାଯାଇଥିଲା ଯେ, ପ୍ରଶଂସକମାନେ ଦାୟିତ୍ବବାନ ହୋଇ ନିଜ ଘରେ ଉତ୍ସବ ପାଳନ କରନ୍ତୁ। ପୋଲିସ ମଧ୍ୟ ରାସ୍ତାରେ ଉତ୍ସବ ପାଳନକୁ ବାରଣ କରିଥିଲା। ଅନ୍ୟପକ୍ଷରେ ବୁଧବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଲୋକଭବନରେ ଅପରାହ୍ଣରେ ଶପଥ ଗ୍ରହଣ କରିବେ। ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକଭବନଟି ଚିନ୍ନାସ୍ବାମୀ ଷ୍ଟାଡ଼ିୟମ ନିକଟରେ ଥିବାରୁ ଉକ୍ତ ଅଞ୍ଚଳରେ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଆରସିବିର ବିଜୟ ଉତ୍ସବ ପାଇଁ ସବୁଜସଙ୍କେତ ଦେଇନାହିଁ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ