୨୪ବର୍ଷରେ ଯାହା କରିନଥିଲ, ୨୪ମିନିଟ୍‌ରେ ତାହା କରି ଦେଖାଇଲୁ: ମୁଖ୍ୟମନ୍ତ୍ରୀ

ଭୁବ‌ନେଶ୍ବର: ଗତ ଦୁଇ ଦଶନ୍ଧିର ଶାସକ ଦଳ ତଥା ବର୍ତ୍ତମାନର ବିରୋଧୀ ଦଳର ଅନେକ ସଦସ୍ୟ ତାଙ୍କ ଭାଷଣରେ ବାରମ୍ବାର କହିଛନ୍ତି ଯେ ଆମେ ୮ମାସରେ ବିଶେଷ କିଛି କରିନୁ। ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଏପରି ତୁଳନାରେ ମୁଁ ବହୁତ ଆନନ୍ଦିତ। କାରଣ ୨୪ ବର୍ଷ ଅର୍ଥାତ ୨୯୦ ମାସର ବିଗତ ସରକାରଙ୍କ କାର୍ୟ୍ୟକାଳ ସହିତ ବିରୋଧୀ ଦଳ ମୋ ୮ମାସର କାର୍ୟ୍ୟକାଳକୁ ତୁଳନା କରୁଛନ୍ତି। ସେମାନେ ଜାଣି ରଖିବା ଦରକାର ଆମେ ବହୁ ବିକାଶମୂଳକ କାମ କରିଛୁ। ସେମାନେ ୨୪ବର୍ଷରେ ଯାହା କରିନଥିଲେ, ଆମେ ସରକାର ଗଠନ ହେବାର ୨୪ମିନିଟ ଭିତରେ ପ୍ରଥମ କ୍ୟାବିନେଟ୍‌ରେ ତା’ଠାରୁ ଅଧିକ କାମ କରି ଦେଖାଇଛୁ। ଚାଷୀଙ୍କୁ କ୍ବିଣ୍ଟାଲ୍‌ ପିଛା ୧୦୦ ଟଙ୍କା ବୋନସ୍‌ ଦେବା ପାଇଁ ମିଛ ପ୍ରତିଶ୍ରୁତି ଦିଆ ଯାଇଥିଲା। ହେଲେ ଆମେ ୨୪ବର୍ଷ ନୁହେଁ, ସରକାର ଗଠନ ହେବାର ୨୪ମିନିଟ ଭିତରେ ଘୋଷଣା କଲୁ ଯେ ଚାଷୀଙ୍କୁ ଧାନ କ୍ବିଣ୍ଟାଲ୍‌ ପିଛା ୮୦୦ଟଙ୍କା ଇନ୍‌ପୁଟ୍ ସବ୍‌ସିଡି ଦେବୁ। ତାହାକୁ କାର୍ୟ୍ୟକାରୀ କରିଛୁ ମଧ୍ୟ। ୨୪ବର୍ଷ ଧରି ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନ୍‌ ଥିଲା। ହେଲେ ୨୪ମିନିଟରେ ଆମେ ରାଜ୍ୟର ପ୍ରାୟ ଏକ କୋଟି ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିଲୁ। ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ‘ସୁଭଦ୍ରା’ ଯୋଜନା ସହାୟତା ଏବଂ କୃଷକ ସମୃଦ୍ଧି ଯୋଜନା ଯୋଗୁ ଓଡ଼ିଶାର ମୁଣ୍ଡପିଛା ଆୟ, ବିଶେଷ ଭାବେ ଚାଷୀ ପରିବାରଙ୍କ ମାସିକ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ। ଯଦି ତୁଳନା କରିବାକୁ ଚାହୁଁଛନ୍ତି, ତେବେ ଏହା ହେଉଛି ୨୪ବର୍ଷର ସରକାର ବନାମ ୮ମାସର ଆମ ସରକାର ମଧ୍ୟରେ ତୁଳନା। ଆଜି ରାଜ୍ୟପାଳଙ୍କ ଅଭିଭ‌ାଷଣ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହିଭଳି ଢଙ୍ଗରେ ବିରୋଧୀଙ୍କ ସମାଲୋଚନାର ଜବାବ୍ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଆମ ରାଜ୍ୟର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଏକ ଦୂରଦର୍ଶୀ ମାର୍ଗ ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଅବତାରଣ କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆ ଜାତିର ସ୍ବାଭିମାନ। ଏହି ୮ମାସରେ ଆମେ ପ୍ରତି ମୁହୂର୍ତ୍ତରେ ଆମ ଓଡ଼ିଆଙ୍କ ଧର୍ମୀୟ ଭାବନା, ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ ମନେ ରଖି କାର୍ୟ୍ୟ କରିଆସୁଛୁ।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ