୩ଟି ଇକୋ ରିଟ୍ରିଟ୍ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଚଳିତ ପର୍ଯ୍ୟଟନ ଋତୁ ପାଇଁ ଆରମ୍ଭ ହେଲା ଇକୋ ରିଟ୍ରିଟ୍ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଇକୋ ରିଟ୍ରିଟ୍ ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ତିନୋଟି ପର୍ଯ୍ୟଟନସ୍ଥଳୀ ଯଥା ଦାରିଙ୍ଗବାଡ଼ି (କନ୍ଧମାଳ), ସାତକୋଶିଆ (କଟକ) ଓ ହୀରାକୁଦ (ସମ୍ବଲପୁର) ଠାରେ ଇକୋ ରିଟ୍ରିଟ୍ ୨୦୨୬–୨୭ର ଉଦ୍‌ଘାଟନ କରାଯାଇଛି । ଏହି ତିନୋଟି ସ୍ଥାନରେ ମୋଟ ୧୨୫ଟି ବିଳାସପୂର୍ଣ୍ଣ ଟେଣ୍ଟର ସ୍ଥାପନ କରାଯାଇଛି । ଏହା ପ୍ରକୃତି, ବିଳାସପୂର୍ଣ୍ଣ ଆତିଥ୍ୟ ଓ ଅନୁଭୂତିମୂଳକ ପର୍ଯ୍ୟଟନର ଏକ ନିଆରା ସମନ୍ଵୟ । ଏଠାରେ ପର୍ଯ୍ୟଟକମାନଙ୍କୁ ପାରମ୍ପରିକ ହୋଟେଲ୍‌ ଓ ରିସର୍ଟଠାରୁ ଭିନ୍ନ ଭାବେ ପ୍ରାକୃତିକ ପରିବେଶ ମଧ୍ୟରେ ବିଳାସପୂର୍ଣ୍ଣ ଟେଣ୍ଟ୍‌ ଆବାସ ସହିତ ଦୁଃସାହସିକ କାର୍ଯ୍ୟକଳାପ, ସ୍ଥାନୀୟ ଖାଦ୍ୟ ଓ ଆଞ୍ଚଳିକ ସଂସ୍କୃତିର ଅନୁଭୂତି ମିଳିପାରିବ ।ଚଳିତ ବର୍ଷ ହୀରାକୁଦ, ସାତକୋଶିଆ, ଦାରିଙ୍ଗବାଡ଼ି ସମେତ ତଳମାଳି, କୋଲାବ, ସୋନାପୁର, କୁସୁମୀ, ସହ କୋଣାର୍କ ଭଳି ୮ଟି ସ୍ଥାନରେ ଇକୋ ରିଟ୍ରିଟ୍ କରାଯିବାକୁ ଯୋଜନା କରିଛି ପର୍ଯ୍ୟଟନ ବିଭାଗ । ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ମଡେଲ ବ୍ୟବସ୍ଥାରେ ପର୍ଯ୍ୟଟନ ବିଭାଗ ଚୟନିତ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିମାନଙ୍କୁ ଇକୋ ରିଟ୍ରିଟ୍‌ର ପ୍ରତିଷ୍ଠା ଓ ପରିଚାଳନା ପାଇଁ କେବଳ ଆବଶ୍ୟକୀୟ ଭାଏବିଲିଟି ଗ୍ୟାପ୍ ସହାୟତା ପ୍ରଦାନ କରାଯାଇଛି । ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିକୁ ଦାରିଙ୍ଗବାଡ଼ିରେ ୨୫ଟି ଟେଣ୍ଟକୁ ସର୍ବନିମ୍ନ ୧୫୦ ଦିନ ପର୍ଯ୍ୟନ୍ତ, ହୀରାକୁଦରେ ୫୦ଟି ଟେଣ୍ଟକୁ ସର୍ବନିମ୍ନ ୧୨୦ ଦିନ ପର୍ଯ୍ୟନ୍ତ ଏବଂ ସାତକୋଶିଆରେ ୫୦ଟି ଟେଣ୍ଟକୁ ସର୍ବନିମ୍ନ ୧୫୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବାକୁ ଚୁକ୍ତି ସ୍ବାକ୍ଷର କରାଯାଇଛି ।

ଇକୋ ରିଟ୍ରିଟ୍ ପ୍ରକୃତିଭିଭିକ ପର୍ଯ୍ୟଟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୃଷ୍ଟି, ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଏବଂ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

  • Related Posts

    ଜଳସେଚନ ବିଭାଗର ବଡ଼ ତତ୍ପରତା: ୩ ଡ୍ୟାମ୍‌ରୁ ଜଳ ନିଷ୍କାସନ ଆରମ୍ଭ

    ଭୁବନେଶ୍ଵର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗର ବଡ଼ ତତ୍ପରତା । ଗଞ୍ଜାମ, ଗଜପତି, କନ୍ଧମାଳରେ ବେଶୀ ବର୍ଷା ନେଇ EICଙ୍କ ସୂଚନା । ୨୧ରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ସେଥିପାଇଁ…

    Continue reading
    ବିଧାନସଭା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା

    ଭୁବନେଶ୍ୱର:୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ପାଇଁ ଘୋଷଣା । ଏନେଇ ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ୍ । ବିଧାନସଭା ଦେଇ ବା ସଂଲଗ୍ନ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା । ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !