admission ୩ ଆୟୁର୍ବେଦ କଲେଜକୁ ନାମଲେଖା ଅନୁମତି

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟରେ ୩ ଆୟୁର୍ବେଦ ମହାବିଦ୍ୟାଳୟକୁ ନାମଲେଖା ଅନୁମତି ମିଳିଛି। ଜାତୀୟ ଭାରତୀୟ ଚିକିତ୍ସା ପଦ୍ଧତି ଆୟୋଗ (ଏନ୍‌ସିଆଇଏସ୍‌ଏମ୍‌), ମେଡିକାଲ ଆସେସମେଣ୍ଟ ଆଣ୍ଡ୍‌ ରେଟିଂ ବୋର୍ଡ ପକ୍ଷରୁ ନାମଲେଖା ଓ ଶିକ୍ଷାଦାନ ଜାରି ରଖିବାକୁ ବାର୍ଷିକ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ସମସ୍ତ ମାନଦଣ୍ଡ ପୂରଣ କରାଯିବା ନିମନ୍ତେ ସତ୍ୟପାଠ ଦାଖଲ କରାଯାଇଛି।

ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଗଞ୍ଜାମ ଅଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟ ଏବଂ ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟକୁ ନାମଲେଖା ନିମନ୍ତେ ଅନୁମତି ମିଳିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ବିଏଏମଏସ୍‌ରେ ୫୭ ଆସନ ଏବଂ ୫ଟି ବିଭାଗରେ ୧୫ଟି ପିଜି ଆସନ, ଅଙ୍କୁଶପୁରସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ବିଏଏମ୍‌ଏସ୍‌ରେ ୭୫ଟି ଆସନ ଏବଂ ଶଲ୍ୟ ତନ୍ତ୍ରରେ ୪ଟି ପିଜି ଆସନ ପାଇଁ ଅନୁମତି ମିଳିଛି। ସେହିପରି, ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ବିଏଏମ୍‌ଏସ୍‌ରେ ୭୫ଟି ଆସନ ଏବଂ ୨ଟି ବିଭାଗରେ ୮ଟି ପିଜି ଆସନକୁ ଏନ୍‌ସିଆଇଏସ୍‌ଏମ୍‌ ମୋହର ମାରିଛି। ନାମଲେଖା ନିମନ୍ତେ ମାନଦଣ୍ଡର ଅଭାବ ରହିଥିଲା। ଏନ୍‌ସିଆଇଏସ୍‌ଏମ୍‌ ପକ୍ଷରୁ କରାଯାଇଥିବା ମୂଲ୍ୟାୟନରେ ଶିକ୍ଷକ, ଅଣଶିକ୍ଷକ ଓ ହସ୍ପିଟାଲ କର୍ମଚାରୀ ଏବଂ ଭିତ୍ତିଭୂମି ସମ୍ପର୍କିତ ଆଦି ଅଭାବ ଥିବା ଜଣାପଡ଼ିଥିଲା। ଏହାପରେ ଶୁଣାଣି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣି ପ୍ରକ୍ରିୟାରେ ଆୟୁଷ ନିର୍ଦେଶାଳୟ ନିର୍ଦେଶକ ଏବଂ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ସରକାରଙ୍କ ପକ୍ଷରୁ ଭାଗ ନେଇଥିଲେ। ଆସନ୍ତା ଜାନୁଆରୀ ୩୧ ମଧ୍ୟରେ ସମସ୍ତ ମାନଦଣ୍ଡକୁ ପୂରଣ କରିବାକୁ ସତ୍ୟପାଠ ଦାଖଲ କରାଯିବା ପରେ ନାମଲେଖା ନିମନ୍ତେ ଅନୁମତି ପ୍ରଦାନ କରିଛି।

ଏହାଦ୍ବାରା ୨୦୨୬-୨୭ ବର୍ଷରେ ସରକାରୀ ଆୟୁର୍ବେଦ ଶିକ୍ଷାର ସୁଯୋଗ ଜାରି ରହିବ ଏବଂ ବିଏଏମ୍‌ଏସ ଏବଂ ପିଜିରେ ଆୟୁର୍ବେଦ ଶିକ୍ଷାର ସୁଯୋଗ ଅବ୍ୟାହତ ରହିବ। ତିନିଟି ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶିକ୍ଷା ଓ ନାମଲେଖା ଜାରି ରହିବା ରାଜ୍ୟର ଆୟୁଷ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଭବିଷ୍ୟତରେ ଅଧିକ ସଂଖ୍ୟକ ପ୍ରଶିକ୍ଷିତ ଆୟୁର୍ବେଦ ଚିକିତ୍ସକ ସୃଷ୍ଟିରେ ସହାୟକ ହୋଇପାରିବ। ଆୟୁଷ କ୍ଷେତ୍ରରେ ଏହି ସକାରତ୍ମକ ପଦକ୍ଷେପ ପାଇ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ସୋମବାର ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ଉଦ୍‌ଘାଟନ

    ଭୁବନେଶ୍ୱର: ଅକ୍ଟୋବର ମାସ ୧୨ ତାରିଖ ସୋମବାର ଦିନ ବହୁ ପ୍ରତୀକ୍ଷିତ କଟକଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ। ମାଆ କଟକ ଚଣ୍ଡୀଙ୍କ ମନ୍ଦିରର କାୟାକଳ୍ପ ଓ ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ପ୍ରାୟ ୭୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ