୫ କେଜି ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ

ଭୁବନେଶ୍ୱର: ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ୫ କେଜି ସିଲିଣ୍ଡର କଟକଣା ଲାଗୁ ହେବନି । ସେମାନେ ପରିଚୟପତ୍ର ଦେଖାଇଲେ ତାଙ୍କୁ ୫ କେଜି ଏଲପିଜି ମିଳିବ। ସେହିପରି ଇ-କେଓ୍ବାସି ମାଧ୍ୟମରେ ବିକ୍ରୟ ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ୫ କେଜି ଗ୍ୟାସ୍ ର ଅବୈଧ ବିକ୍ରି ଉପରେ କଟକଣା ଲାଗିଛି।

ସେପଟେ ଗତକାଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଏଣିକି ଆଉ ଖୋଲା ବଜାରରେ ୫କେଜି ଗ୍ୟାସ୍ ଟାଙ୍କି ମିଳିବ ନାହିଁ। ଖୋଲାରେ ଗ୍ୟାସ୍ ବିକ୍ରି ହୋଇପାରିବ ନାହିଁ। ଖୋଲାରେ ଗ୍ୟାସ୍ ମିଳୁଥିବାରୁ ବ୍ୟାପକ କଳାବଜାର ହେଉଛି । ରାଜ୍ୟର କୌଣସି ସ୍ଥାନରେ ଆଉ ଖୋଲାରେ ଗ୍ୟାସ୍ ଭର୍ତ୍ତି କରାଯାଇ ପାରିବ ନାହିଁ। କେବଳ ଏଜେନ୍ସି ଏବଂ ଲାଇସେନ୍ସପ୍ରାପ୍ତ ଦୋକାନୀ ହିଁ ଗ୍ୟାସ୍ ବିକ୍ରି କରିବେ। ପେଟ୍ରୋଲ ଓ ଡିଜେଲ କେନ୍ଦ୍ର ସରକାରଙ୍କ ଦାୟିତ୍ୱରେ ଅଛି, ଯାହା କେନ୍ଦ୍ର ସରକାର ନିଷ୍ପତ୍ତି ନେଉଛନ୍ତି ତାକୁ ଆମେ ମାନିବୁ। ଅନ୍ୟପଟେ ରିଆତି ପାଇବା ପାଇଁ ଗ୍ୟାସ୍ ଉପଭୋକ୍ତଙ୍କୁ ଇ-କେୱାଇସି କରିବାକୁ ପଡ଼ିବ। ଇ-କେୱାଇସି ଥିଲେ ହିଁ ଗ୍ୟାସ୍ ମିଳିବ। ବିନା ଇ-କେୱାଇସିରେ ଗ୍ୟାସ ଟାଙ୍କି ମିଳିବନି। ଏନେଇ ଏଜେନ୍ସିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଅନେକ ସମୟରେ ଘରୋଇ ଗ୍ୟାସ୍ ଟାଙ୍କି ବାହାରେ ଚୋରାରେ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି। ଇ-କେୱାଇସି କଲେ ଏହା ଉପରେ ଅଙ୍କୁଶ ଲାଗି ପାରିବ। ନକଲି ସଂଯୋଗ କରିଥିବା ଉପଭୋକ୍ତା ଚିହ୍ନଟ ହୋଇପାରିବେ। ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ଗ୍ୟାସ ସଂଯୋଗ ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା ଗ୍ୟାସ୍ ସଂଯୋଗକୁ ବନ୍ଦ କରାଯାଇପାରିବ। ଯେଉଁମାନେ ରିଆତି ପାଇବାକୁ ଯୋଗ୍ୟ ସେମାନଙ୍କୁ ସୁନିଶ୍ଚିତ କରିବାକୁ ଇ-କେୱାଇସି ପଦକ୍ଷେପ ନିଆଯାଇଛି।

  • Related Posts

    ଭୁବନେଶ୍ୱରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

    ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବା ପାଇଁ ରହିଥିବା ସର୍ବାଧିକ ୬ଟି ସୁଯୋଗକୁ ଉଠାଇ ଦିଆଯିବ। ଏହି ପରୀକ୍ଷା ଦେବା ପାଇଁ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ୮୦ତମ ସ୍ୱାଧୀନତା…

    Continue reading
    ଗଡମାଣତୀର ପଞ୍ଚାୟତରେ ପତାକା ଉତ୍ତୋଳନ କଲେ ଜେନ-ଜୀ

    ବେଗୁନିଆ : ଗଡମାଣତୀର ପଞ୍ଚାୟତର ସରପଞ୍ଚ କରୁଣାକର ଦଳସିଂହରାୟ ସ୍ୱାଧୀନତା ଦିବସ ଅବସରରେ ଏକ ଅଭିନବ ପ୍ରୟାସ କରିଛନ୍ତି । ସମ୍ପ୍ରତି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଜେନ-ଜୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଯୁକ୍ତ ଦୁଇର ଛାତ୍ର ଶୁଭାଶିଷ ସାମନ୍ତରାୟଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ