୭ରେ ନୂଆ ଡିଜିପି ଚୟନ ବୈଠକ

ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆ ଆସନ୍ତା ଅଗଷ୍ଟ ୧୬ତାରିଖରେ ଅବସର ନେବେ। ତାଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ଓ ଏନେଇ ଗୃହ ବିଭାଗ ପକ୍ଷରୁ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପଟେ ନୂଆ ପୁଲିସ ଡିଜି ଚୟନ ପାଇଁ ଅଗଷ୍ଟ ୭ତାରିଖରେ ନୂଆଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଗୃହ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୯୯୦ ବ୍ୟାଚ୍ ଆଇପିଏସ୍ ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କୁ ଅଗଷ୍ଟ ୧୬ରୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ପୂରଣ କରି ସରକାରୀ ଚାକିରିରୁ ଅବସର ନେବାର ଥିଲେ ମଧ୍ୟ ପୁଲିସ ଡିଜି ଭାବେ ୨ବର୍ଷ କାର୍ଯ୍ୟକାଳ ପୂରଣର ପ୍ରାବଧାନ ପାଇଁ ତାଙ୍କୁ ୨୦୨୬ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ଅନୁମତି ମିଳିଥିଲା।

ଏପଟେ ନୂଆ ପୁଲିସ ଡିଜି ଚୟନ ନିମନ୍ତେ ଆସନ୍ତା ୭ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଚୟନ କମିଟିର ପ୍ରଥମ ତଥା ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ସମେତ ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ ଓ ପୁଲିସ ଡିଜି ଶ୍ରୀ ଖୁରନିଆ ମଧ୍ୟ ସଦସ୍ୟ ଭାବେ ଯୋଗ ଦେବେ। ନୂଆ ପୁଲିସ ଡିଜି ନିମନ୍ତେ ରାଜ୍ୟ ସରକାର ଗତ ମଇ ୧୪ତାରିଖରୁ ୧୧ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନାଁ ନିର୍ଦ୍ଧାରିତ ଫର୍ମାଟରେ ୟୁପିଏସସି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିସାରିଛନ୍ତି।

ଓଡ଼ିଶା କ୍ୟାଡ଼ରର ୧୯୯୦ରୁ ୧୯୯୬ ବ୍ୟାଚର ଯେଉଁ ୧୧ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନାଁ ଏହି ପଦବୀ ପାଇଁ ସର୍ଟଲିଷ୍ଟ ହୋଇଛି ସେମାନେ ହେଲେ- ୧୯୯୦ ବ୍ୟାଚ ଆଇପିଏସ୍ ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ଜେଲ୍ ଡିଜି ସୁଶାନ୍ତ ନାଥ, ଗୁଇନ୍ଦା ଡିଜି ଆରପି କୋଚେ, ୧୯୯୪ ବ୍ୟାଚର ସଞ୍ଜିବ ପଣ୍ଡା, ଯଶବନ୍ତ ଜେଠୁୱା, ୧୯୯୫ ବ୍ୟାଚର ରୀତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପିଏସ୍ ରଣପିସେ, ସନ୍ତୋଷ ବାଲା ଏବଂ ୧୯୯୬ ବ୍ୟାଚର ଅରୁଣ ବୋଥ୍ରା ଓ ସୁନୀତା କାକରନ। ତେବେ ଏମାନଙ୍କ ମଧ୍ୟରୁ ଆଇପିଏସ୍ ରୀତୁ ଅରୋରା, ପିଏସ୍ ରଣପିସେ ଓ ସୁନୀତା କାକରନ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

ତେବେ ସର୍ଟଲିଷ୍ଟ ହୋଇଥିବା ଏହି ଆଇପିଏସମାନଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆରପି କୋଚେଙ୍କ ନାମ ପରବର୍ତ୍ତୀ ଡିଜିପି(Police DG) ନିମନ୍ତେ ଅଧିକ ଚର୍ଚ୍ଚାରେ ରହିଛି। ୟୁପିଏସସି କର୍ତ୍ତୃପକ୍ଷ ମଧ୍ୟ ବରିଷ୍ଠତା ଆଧାରରେ ଏହି ୩ ଜଣ ଆଇପିଏସଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର ନିଜର ଖାସ୍ ଅନୁଗତ ସଞ୍ଜିବ ପଣ୍ଡାଙ୍କୁ ୱାଇଲଡ୍ କାର୍ଡ ଏଣ୍ଟ୍ରି ଭାବେ ଏହି ଡିଜିପି ଦୌଡ଼ରେ ସାମିଲ କରାଇବାକୁ ଜୋରଦାର କସରତ କରୁଥିବା ଚର୍ଚ୍ଚା ହେଉଛି। ସେହିପରି ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ମାଧ୍ୟମରେ ନିଜର ଲବି ଜୋରଦାର କରୁଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି।

ତେବେ ଆଉ କିଛିମାସ ପରେ ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ନିର୍ବାଚନ ରାଜ୍ୟର ବିଜେପି ସରକାର ପାଇଁ ଏସିଡ୍ ଟେଷ୍ଟ ହୋଇଥିବାବେଳେ ନୂଆ ପୁଲିସ ଡିଜି ଚୟନ କରିବା ମଧ୍ୟ ମୋହନ ମାଝୀ ସରକାରଙ୍କ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିବ ବୋଲି ଆକଳନ କରାଯାଉଛି।

  • Related Posts

    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading
    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ