୯ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ଵିତୀୟ ପର୍ଯ୍ୟାୟ ବିଶେଷ ସଘନ ସଂଶୋଧନ ଆରମ୍ଭ

ଭୁବନେଶ୍ୱର,0୪/୧୧: ଭାରତ ନିର୍ବାଚନ ଆୟୋଗ ଭାରତୀୟ ସମ୍ବିଧାନର ଧାରା ୩୨୪, ଅନୁଚ୍ଛେଦ ୨୧, ଜନପ୍ରତିନିଧିତ୍ୱ ଆଇନ- ୧୯୫୦, ଭୋଟର ପଞ୍ଜୀକରଣ ଅଧିନିୟମ ୧୯୬୦ରେ ପ୍ରଦତ୍ତ କ୍ଷମତା ଅନୁଯାୟୀ ୯ ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଶେଷ ସଘନ ସଂଶୋଧନ (SIR) ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିହାରରେ ବିଶେଷ ସଘନ ସଂଶୋଧନ (SIR) ସଫଳତାର ସହ ସମାପ୍ତ ହେବା ପରେ, ଦ୍ଵିତୀୟ ପର୍ଯ୍ୟାୟରେ ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟ ତା ସହିତ ଆଣ୍ଡାମାନ ଏବଂ ନିକୋବର, ଲକ୍ଷଦ୍ୱୀପ ଏବଂ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ୩୨୧ ଜିଲ୍ଲା ଏବଂ ୧,୮୪୩ ବିଧାନସଭା ନିର୍ବାଚନମଣ୍ଡଳୀ (ACs) ରେ ପ୍ରାୟ ୫୧ କୋଟି ଭୋଟରଙ୍କୁ ଏହି ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ କରାଯିବ ।
ସୂଚନା ଯୋଗ୍ୟ ଯେ, ଏହି ୧୨ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଶେଷ ସଘନ ସଂଶୋଧନ (SIR) ପାଇଁ ପରିଗଣନା ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୪, ୨୦୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ଚାଲୁ ରହିବ। ବିଶେଷ ସଘନ ସଂଶୋଧନ କରାଯାଉଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ୨୭ ଅକ୍ଟୋବର ୨୦୨୫ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ଥିବା ପ୍ରତ୍ୟେକ ଭୋଟରଙ୍କୁ ଏକ ପରିଗଣନା ଫର୍ମ (EF) ଉପଲବ୍ଧ କରାଯିବ ଯାହା ଆଂଶିକ ଭାବରେ ପୂର୍ବରୁ ପୂରଣ ହୋଇଥିବ । ସମସ୍ତ ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇସାରିଛି ଏବଂ ପରିଗଣନା ଫର୍ମର ଶତପ୍ରତିଶତ ମୁଦ୍ରଣ ମଧ୍ୟ ହୋଇସାରିଛି।
ବିଶେଷ ସଘନ ସଂଶୋଧନ କାର୍ଯ୍ୟକୁ ଭୋଟରମାନଙ୍କ ପାଇଁ ସୁଗମ ଓ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ୫.୩ ଲକ୍ଷରୁ ଉର୍ଦ୍ଧ୍ୱ ବୁଥ୍ ସ୍ତରୀୟ ଅଧିକାରୀ, ୭.୬୪ ଲକ୍ଷ ବୁଥ୍ ସ୍ତରୀୟ ପ୍ରତିନିଧି, ୧୦,୪୪୮ ଜଣ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO)/ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଏବଂ ୩୨୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ଙ୍କୁ ନିୟୋଜିତ କରାଯାଇଛି। ଗଣନା ସମୟରେ, ବୁଥ୍ ସ୍ତରୀୟ ଅଧିକାରୀମାନେ ପରିଗଣନା ଫର୍ମ ବଣ୍ଟନ ଏବଂ ସଂଗ୍ରହ ପାଇଁ ଅତି କମରେ ତିନିଥର ଘରରୁ ଘର ପରିଦର୍ଶନ କରିବେ । ମତଦାତାମାନେ https://voters.eci.gov.in/ ସାହାଯ୍ୟରେ ପରିଗଣନା ଫର୍ମର ବିବରଣୀ ପ୍ରଦାନ କରିବା ପାଇଁ ପୂର୍ବ ବିଶେଷ ସଘନ ସଂଶୋଧନ (SIR)ର ଭୋଟର ତାଲିକାରେ ସେମାନଙ୍କର ନାମ ଏବଂ ସମ୍ପର୍କୀୟଙ୍କ ନାମ ଯାଞ୍ଚ କରିପାରିବେ । ଅଧିକ ସହାୟତା ପାଇଁ, ଭୋଟରମାନେ ECINet ଆପରେ ‘Book a call with BLO’ ର ସୁବିଧା ବ୍ୟବହାର କରି ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଯୋଗାଯୋଗ କରିପାରିବେ ତାସହ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ ବ୍ୟବହାର କରି ନିର୍ବାଚନ ସମ୍ପର୍କୀୟ ସମସ୍ୟାର ସମାଧାନର ରାସ୍ତା ପାଇପାରିବେ ।

  • Related Posts

    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading
    କର୍ଣ୍ଣାଟକରେ ଶିବକୁମାର ସରକାର: ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶିବକୁମାର ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର । ବେଙ୍ଗାଲୁରୁ ଲୋକସେବା ଭବନରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଥଓ୍ବାରଚାନ୍ଦ ଗେହଲଟ୍ । ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ