ଅଗଷ୍ଟରୁ ଟ୍ରେନଗୁଡ଼ିକୁ ଉନ୍ନତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀକୁ ସ୍ଥାନାନ୍ତରିତ କରାଯିବ

ରେଳ ଭବନଠାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ୪୦ ବର୍ଷ ପୁରୁଣା ସଂରକ୍ଷଣ ପ୍ରଣାଳୀର ଆଧୁନିକୀକରଣ ଉପରେ ଚର୍ଚ୍ଚା କରାଯାଇଥିଲା । ଏଥିରେ ରେଳ ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା ଏବଂ ରବନୀତ ସିଂ ବିଟ୍ଟୁ ମଧ୍ୟ ଉପସ୍ଥିତ ଥିଲେ । ୧୯୮୬ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରଣାଳୀରେ ଗତ ୪୦ ବର୍ଷ ମଧ୍ୟରେ ଅନେକ ଛୋଟ ପରିବର୍ତ୍ତନ କରାଯାଇଥିଲା, ମାତ୍ର ଏବେ ଏଥିରେ ସମ୍ପୂର୍ଣ୍ଣ ସଂସ୍କାର ଅଣାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହାର କ୍ଷମତା ବୃଦ୍ଧି କରାଯାଇଛି ।ରେଳ ସଂରକ୍ଷଣ ପ୍ରଣାଳୀ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ୨୦୦୨ ମସିହାରୁ ଭାରତୀୟ ରେଳବାଇ ଟିକେଟ୍ ବୁକିଂରେ ଇଣ୍ଟରନେଟର ବ୍ୟବହାର ଆରମ୍ଭ କରିଥିଲା । ଆଜି ଏହି ବ୍ୟବସ୍ଥା ଏତେ ଲୋକପ୍ରିୟ ହୋଇଛି ଯେ ଦେଶର ଅଧିକାଂଶ ଲୋକ ଟିକେଟ୍ କାଉଣ୍ଟରକୁ ନଯାଇ ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକ୍ କରୁଛନ୍ତି । ବର୍ତ୍ତମାନ ଦେଶର ପ୍ରାୟ ୮୮% ଟିକେଟ୍ ଅନଲାଇନ୍ ମାଧ୍ୟମରେ ବୁକ୍ ହେଉଛି ।

ଭାରତୀୟ ରେଳବାଇର ନୂତନ ମୋବାଇଲ୍ ଆପ୍ ‘ରେଲୱାନ୍’ ଯାତ୍ରୀମାନଙ୍କ ମଧ୍ୟରେ ଅତି ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି । ଗତ ବର୍ଷ ଜୁଲାଇ ମାସରେ ଆରମ୍ଭହୋଇଥିବା ଏହି ଆପ୍ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରାୟ ୩.୫ କୋଟି ଡାଉନଲୋଡ୍ ହୋଇସାରିଛି ।
ଏହି ଆପ୍ କେବଳ ରେଳ ସମ୍ବନ୍ଧୀୟ ସୂଚନା ଦିଏ ନାହିଁ, ବରଂ ଟିକେଟିଂ ଏବଂ ଅନ୍ୟାନ୍ୟ ସେବା ସହିତ ଜଡ଼ିତ ଅଭିଯୋଗର ମଧ୍ୟ ସମାଧାନ କରେ ।

ଆଜି ଯେତେବେଳେ ଆପଣ ଟିକେଟ୍ ବୁକ୍ କରନ୍ତି, ସେତେବେଳେ ‘ରେଲୱାନ୍’ ଆପ୍ ଆପଣଙ୍କୁ ଜଣାଇଥାଏ ଯେ ଆପଣଙ୍କ ୱେଟିଂ ଟିକେଟ୍ କନଫର୍ମ ହେବ କି ନାହିଁ । ଟିକେଟ୍ କନଫର୍ମ ହେବାର ସଠିକ୍ ସମ୍ଭାବନା ମଧ୍ୟ ଏବେ ଏଆଇ (Artificial Intelligence) ମାଧ୍ୟମରେ ରେଲୱାନ୍ ଆପ୍ ଜଣାଇବାକୁ ଲାଗିଛି । ଏହି ନୂତନ ସୁବିଧା ଚଳିତ ବର୍ଷ ଆରମ୍ଭରୁ ହିଁ ଲାଗୁ କରାଯାଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ରେଲୱାନ୍ ଆପ୍‌ରେ ୱେଟିଂ ଟିକେଟ୍ କନଫର୍ମ ହେବାର ପୂର୍ବାନୁମାନର ସଠିକତା ପୂର୍ବର ୫୩ ପ୍ରତିଶତରୁ ବୃଦ୍ଧି ପାଇ ଏବେ ୯୪ ପ୍ରତିଶତରେ ପହଞ୍ଚିଛି ।

ରେଲୱାନ୍ ଆପ୍‌ରେ ଏହିଭଳି ଅନେକ ଏକୀକୃତ ଏବଂ ଆଧୁନିକ ସୁବିଧାଗୁଡ଼ିକ ରହିଛି, ଯାହା ରେଳ ସମ୍ବନ୍ଧୀୟ ଅନ୍ୟ ସମସ୍ତ ସେବାଗୁଡ଼ିକୁ ମଧ୍ୟ ନିଜ ମଧ୍ୟରେ ସମାହିତ କରି ରଖିଛି । ଯଥା – ସଂରକ୍ଷିତ, ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଆଦି ବିଭିନ୍ନ ପ୍ରକାରର ଟିକେଟ୍‌ର ବୁକିଂ, ରଦ୍ଦକରଣ ଏବଂ ରିଫଣ୍ଡ ।

ଏହା ସହିତ ଆପଣଙ୍କର ଆମର ବର୍ତ୍ତମାନର ଟିକେଟର ୱେଟିଂ ଷ୍ଟାଟସ୍ ର ସଦ୍ୟ ସ୍ଥିତି, ଟ୍ରେନ୍ ଆସିବା ଓ ଯିବା ସମୟ, ଟ୍ରେନ୍‌ର ବର୍ତ୍ତମାନର ସ୍ଥିତି, ଟ୍ରେନ୍ ଆସିବା-ଯିବାର ପ୍ଲାଟଫର୍ମ, ଆପଣଙ୍କ କୋଚ୍‌ର ଅବସ୍ଥିତି, ରେଳ ମଦଦ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକ ରେଲୱାନ୍ ଆପ୍‌ରେ ରହିଛି । ନିଜ ଯାତ୍ରା ସମୟରେ ଆପଣ ନିଜର ଖାଦ୍ୟ ମଧ୍ୟ ରେଲୱାନ୍ ଆପ୍‌ରେ ଅର୍ଡର କରିପାରିବେ । ଆପ୍ ଆପଣଙ୍କୁ ଏହି ବିକଳ୍ପ ଦେଇଥାଏ ଯେପରି ଆପଣଙ୍କ ସିଟ୍ ପର୍ଯ୍ୟନ୍ତ ଆପଣଙ୍କ ମନପସନ୍ଦର ଖାଦ୍ୟ ପହଞ୍ଚିପାରିବ । ଆରାମଦାୟକ ଓ ସେବାଭିତ୍ତିକ ସୁବିଧାଗୁଡ଼ିକରେ ସଜ୍ଜିତ ଏହି ରେଲୱାନ୍ ଆପ୍ ଦ୍ରୁତ ଗତିରେ ଲୋକପ୍ରିୟ ହେଉଛି ।

ପ୍ରତିଦିନ ଏହି ଆପ୍ ମାଧ୍ୟମରେ ସାରା ଦେଶରେ ୯.୨୯ ଲକ୍ଷ ଟିକେଟ୍ ବୁକ୍ ହେଉଛି । ଏଥିମଧ୍ୟରେ ୭.୨ ଲକ୍ଷ ଅଣସଂରକ୍ଷିତ ଏବଂ ଅନ୍ୟ ୨.୦୯ ଲକ୍ଷ ସଂରକ୍ଷିତ ଟିକେଟ୍ ରହିଛି । ଅଣସଂରକ୍ଷିତ ଟିକେଟ୍ ମଧ୍ୟରେ ପ୍ଲାଟଫର୍ମ ଟିକେଟ୍ ମଧ୍ୟ ଅନ୍ତର୍ଭୁକ୍ତ । ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ (iOS) ରେ ରେଲୱାନ୍ ଆପ୍‌କୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଯେଉଁଠାରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୬ ଲକ୍ଷ ଲୋକ ଏହାକୁ ଗୁଗଲ୍ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରିଛନ୍ତି, ସେହିପରି ୩୩.୧୭ ଲକ୍ଷ ଲୋକ ଏହାକୁ ଆପଲ୍ ଫୋନ୍‌ରେ ଡାଉନଲୋଡ୍ କରିଛନ୍ତି ।

ଦେଶରେ ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳବାଇ ଏକ ଜୀବନରେଖା ଅଟେ – ଭାରତୀୟ ରେଳବାଇ ୨୦୨୪-୨୫ ବର୍ଷରେ ଯାତ୍ରୀମାନଙ୍କ ଟିକେଟ୍ ଉପରେ ୬୦,୨୩୯ କୋଟି ଟଙ୍କାର ସବସିଡି ପ୍ରଦାନ କରିଛି । ଏହା ରେଳବାଇରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହାରାହାରି ୪୩% ରିହାତି ସହିତ ସମାନ । ଅନ୍ୟ ଅର୍ଥରେ କହିବାକୁ ଗଲେ, ଯଦି ସେବା ଯୋଗାଇ ଦେବାର ଖର୍ଚ୍ଚ ୧୦୦ ଟଙ୍କା ହୁଏ, ତେବେ ଟିକେଟ୍‌ର ମୂଲ୍ୟ ମାତ୍ର ୫୭ ଟଙ୍କା ଅଟେ ।

  • Related Posts

    ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ: ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ। ନିର୍ବାଚନର ୧୦ ଦିନ ପରେ ନୂଆଦିଲ୍ଲୀ କଂଗ୍ରେସ୍ ମୁଖ୍ୟାଳୟରେ ପ୍ରେସମିଟ୍‌ରେ ନାଁ ଘୋଷଣା କଲା ଦଳ। ଭି.ଡି. ସତୀଶନ୍ ଙ୍କ ଉପରେ ମୋହର ଲଗାଇଛନ୍ତି ହାଇ କମାଣ୍ଡ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ…

    Continue reading
    କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଆଜି ଘୋଷଣା କରିବ କଂଗ୍ରେସ

    ଥିରୁଭାନନ୍ତପୁର: ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି। ଦଳୀୟ ସୂତ୍ରରୁ ସୂଚନା ମିଳିଛି ଯେ ଗୁରୁବାର ଥିରୁଭାନନ୍ତପୁରମରେ ବିଧାୟକ ଦଳର ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ