ଅଣ୍ଡାରେ ରହିବ ଏକ୍ସପାଏରୀ ଡେଟ୍ ! ସରକାରଙ୍କୁ ପ୍ରସ୍ତାବ ଦେବ ବିଭାଗ

ଭୁବନେଶ୍ଵର : ଖାଦ୍ୟ ସୁରକ୍ଷା ଓ ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖ୍ ଉତ୍ତରପ୍ରଦେଶ ସରକାର ଅଣ୍ଡାରେ ଏକ୍ସପାଏରୀକୁ ବାଧ୍ୟତାମୂଳକ କରିଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ନିୟମ ଲାଗୁ ହେବ । ତେବେ ଓଡ଼ିଶାରେ ବି ଲାଗୁହେବାର ସମ୍ଭାବନା ରହିଛି। ଆମେ ବିଭାଗୀୟ ସ୍ତରରେ ଆଲୋଚନା କରି ସରକାରଙ୍କୁ ପ୍ରସ୍ତାବ ଦେବୁ। ଖୁବ୍‌ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପ୍ରାଣୀ ପାଳନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ।

ଓଡ଼ିଶାରେ ଅଣ୍ଡା ଏକ ପସନ୍ଦର ଖାଦ୍ୟ । ଘରୁଠୁ ନେଇ ଅଙ୍ଗନବାଡ଼ି, ହସ୍ପିଟାଲ୍ ପର୍ୟ୍ୟନ୍ତ ସବୁଠି ଅଣ୍ଡାର ରାଜୁତି। ସରକାର ତ ଅଙ୍ଗନବାଡ଼ି ଓ ହସ୍ପିଟାଲ୍‌ରେ ମାଗଣରେ ଅଣ୍ଡା ବାଣ୍ଟୁଛନ୍ତି। ଏମିତି ଆହୁରି ଅନେକ ସରକାରୀ ସ୍ଥାନ ଅଛି, ଯେଉଁଠି ବି ଏ ସୁବିଧା ମିଳୁଛି। ତେବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ ; ଏବେ ରାଜ୍ୟରେ ଦୈନିକ ପ୍ରାୟ ୩ କୋଟି ଅଣ୍ଡାର ଆବଶ୍ୟକ‌ତା ରହିଛି। ହେଲେ ୧ କୋଟି ୧୦ ହଜାର ଅଣ୍ଡା ଉତ୍ପାଦନ ହେଉଛି। ଆହୁରି ୧ କୋଟି ୯୦ ଲକ୍ଷ ଆବଶ୍ୟକ ରହୁଛି। ଆଗକୁ ବିଭିନ୍ନ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି। ଭାରତୀୟ ଭେଷଜ ଅନୁସନ୍ଧାନ ସଂସ୍ଥାର ସୁପାରିସ ଅନୁସାରେ ବାର୍ଷିକ ମୁଣ୍ଡପିଛା ୧୮୦ଟି ଅଣ୍ଡାର ଆବଶ୍ୟକତା ଥିବାବେଳେ ରାଜ୍ୟରେ ବର୍ତ୍ତମାନ ମୁଣ୍ଡ ପିଛା ୮୦ ଅଣ୍ଡା ଉପଲବ୍ଧ ହେଉଛି। ଅଣ୍ଡାର ଚାହିଦା ମେଣ୍ଟାଇବା ପାଇଁ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନାରୁ ବାର୍ଷିକ ୯୦ କୋଟି ଅଣ୍ଡା ଆମଦାନୀ କରାଯାଉଛି। ତେବେ ଏସବୁ ମଧ୍ୟରେ ବଜାରରେ କେଉଁଟା ଭଲ ଆଉ କେଉଁଗ ଖରାପ ଅଣ୍ଡା ତାକୁ ନେଇ ସବୁବେଳେ ଦ୍ବନ୍ଦ୍ବ ଲାଗି ରହିଛି। ଏମିତି ବି ସ୍ଥିତି ଆସିଛି, ରୋଷେଇ ବେଳେ ଅଣ୍ଡା ଫଟେଇବା ବେଳେ ତାହା ପଚିଯାଇଥିବା ଦେଖାଯାଏ। କାରଣ ଓଡ଼ିଶାରେ ଯେଉଁ ଅଣ୍ଡା ବ୍ୟବହାର କରାଯାଉଛି, ସେ ଅଣ୍ଡା କିମ୍ବା ପେଟିରେ ଏକ୍ସପାଏରୀ ତାରିଖ ଉଲ୍ଲେଖ ନଥାଏ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ