ଅତିଶୟ କମ ଓଜନ ଶିଶୁଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ ୮ ଟଙ୍କା ରୁ ୧୮ ଟଙ୍କାକୁ ବୃଦ୍ଧି

ଅଙ୍ଗନୱାଡ଼ି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ସକାଳ ଜଳଖିଆ: ମୁଣ୍ଡ ପିଛା ଦୈନିକ ୩.୫୬ ଟଙ୍କାକୁ ବୃଦ୍ଧି; ୧୩୭.୫୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଅନୁମୋଦିତ

ଭୁବନେଶ୍ୱର: ଆଜି ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଉପ-ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଶିଶୁ ଜୀବନର ପ୍ରଥମ ୧୦୦୦ ଦିନର ଗୁରୁତ୍ୱକୁ ବୁଝାଉଥିବା ଏକ ସରଳ ‘ଡିଜିଟାଲ ବହି’ର ଉନ୍ମୋଚନ କରିଛନ୍ତି। ଏହା ସହିତ ଅତିଶୟ କମ୍ ଓଜନ ଥିବା ଶିଶୁ ଏବଂ ଅଙ୍ଗନୱାଡ଼ି ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ସକାଳ ଜଳଖିଆ ବାବଦ ଖର୍ଚ୍ଚକୁ ସରକାରଙ୍କ ପକ୍ଷରୁ ବର୍ଦ୍ଧିତ କରିଚ୍ଛନ୍ତି।

ରାଜ୍ୟର ୬ ମାସରୁ ୬ ବର୍ଷ ବୟସର ଅତିଶୟ କମ୍ ଓଜନ ଥିବା ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ପରିପୂରକ ପୁଷ୍ଟି ଖାଦ୍ୟର ଦୈନିକ ଖର୍ଚ୍ଚକୁ ୮ ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଅଧୀନରେ ଅତିରିକ୍ତ ୬ ଟଙ୍କା ପ୍ରଦାନ କରାଯାଉଛି। ଫଳସ୍ୱରୂପ, ବର୍ତ୍ତମାନ ଏହି ଶିଶୁମାନଙ୍କୁ ପ୍ରତିଦିନ ସର୍ବମୋଟ ୧୮ ଟଙ୍କାର ଖାଦ୍ୟ ଯୋଗାଇ ଦିଆଯିବ। ରାଜ୍ୟର ପ୍ରାୟ ୩୫,୦୦୦ ଅତିଶୟ କମ୍ ଓଜନର ଶିଶୁ ଏହି ସୁବିଧାର ସିଧାସଳଖ ଲାଭ ପାଇବେ ଏବଂ ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୧୦.୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ବହନ କରିବେ।

ଅନୁରୂପ ଭାବେ, ଅଙ୍ଗନୱାଡ଼ି କେନ୍ଦ୍ରର ପ୍ରାକ୍-ବିଦ୍ୟାଳୟ ଶିଶୁ (୩ ବର୍ଷରୁ ୬ ବର୍ଷ ବୟସ)ମାନଙ୍କ ସକାଳ ଜଳଖିଆ ବାବଦକୁ ଦୈନିକ ଖର୍ଚ୍ଚ ୧.୨୪ ଟଙ୍କାକୁ ବୃଦ୍ଧି କରାଯାଇ ୩.୫୬ ଟଙ୍କା କରାଯାଇଛି। ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ସକାଳ ଜଳଖିଆ ବାବଦକୁ ସରକାର ନିଜସ୍ୱ ବଜେଟ୍‌ରୁ ବାର୍ଷିକ ପ୍ରାୟ ୧୨୬.୮୩ କୋଟି ଟଙ୍କା ଅତିରିକ୍ତ ବ୍ୟୟଭାର ବହନ କରିବେ।

ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ, ଶିଶୁର ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ ୧୦୦୦ ଦିନ (ଗର୍ଭ ସଂଚାର ଠାରୁ ଆରମ୍ଭ କରି ଶିଶୁର ଦ୍ୱିତୀୟ ଜନ୍ମଦିନ ପର୍ଯ୍ୟନ୍ତ) ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟର ଗୁରୁତ୍ଵକୁ ପ୍ରାଧାନ୍ଯ ଦିଆଯାଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ବହିରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ଜୀବନର ପ୍ରଥମ ୧୦୦୦ ଦିନର ପ୍ରତିଟି ସ୍ତର ଏବଂ ତାର ଯତ୍ନ ବିଷୟରେ ବୁଝାଇ ଦିଆଯାଇଛି। ଅଙ୍ଗନବାଡି ଦିଦିମାନେ ନିଜର ଗୃହ ପରିଦର୍ଶନ ସମୟରେ ଏହି ବହି ଟିକୁ ବ୍ୟବହାର କରି ହିତାଧିକାରୀମାନଙ୍କୁ ସଚେତନ କରିବେ। ଏଥି ସହିତ ସମସ୍ତ ହିତାଧିକାରୀଙ୍କ ପାଖରେ ଏହି ଡିଜିଟାଲ ବହିଟିକୁ ରାଜ୍ଯର ସମସ୍ତ ଅଙ୍ଗନବାଡି କର୍ମୀଙ୍କ ମାଧ୍ୟମରେ ଓ ସୋସିଆଲ ମେଡିଆ ଦ୍ଵାରା ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି।

ଏଥି ସହ ମାନ୍ୟବର ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି, ପ୍ରତ୍ୟେକ ମାତା-ପିତା ଓ ପରିବାର ସଦସ୍ୟ ଏହାକୁ ପଢ଼ି ଦୈନନ୍ଦିନ ଜୀବନରେ ପ୍ରୟୋଗ କଲେ ରାଜ୍ୟରେ ଏକ ‘ସୁସ୍ଥ ମା’ – ସୁସ୍ଥ ଶିଶୁ – ସୁସ୍ଥ ପରିବାର’ ଗଢ଼ିବାର ସ୍ୱପ୍ନ ସାକାର ହୋଇପାରିବ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନିସା ବାନାର୍ଜୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ସେହିପରି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଡିସି-ପୋଷଣ ଓ ସୁପରଭାଇଜରମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

  • Related Posts

    ହାଇଓ୍ବାକୁ ପଛରୁ ପିଟିଲା କାର୍, ୨ ମୃତ

    କଳାହାଣ୍ଡି: କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମ୍ଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। ମୃତକ ହରିୟାଣାର ବୋଲି ଜଣାପଡିଛି।…

    Continue reading
    ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ

    କଟକ/ବାରଙ୍ଗ: ବାଲେଶ୍ୱର ମେଡିକାଲ୍ କଲେଜ ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ। ତେବେ କେଉଁ ପରିସ୍ଥିତି ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରିକା ମୃତ୍ୟୁ କଣ ରହସ୍ୟ ? ଚନ୍ଦ୍ରିକାଙ୍କୁ ମାନସିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ