ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ଏହି ସରକାରର ନାହିଁ :ନବୀନ

ଭୁବନେଶ୍ବର/ପୁରୀ: ବାହୁଡ଼ା ଯାତ୍ରା ଅଘଟଣରେ ଜଣେ ଶ୍ରଦ୍ଧାଳୁଙ୍କ ଜୀବନହାନି ଓ ଅନେକ ଆହତ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱର ସର୍ବବୃହତ ବାର୍ଷିକ ଆଧ୍ୟାତ୍ମିକ ସମାଗମର ପରିଚାଳନାରେ ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରଶାସନିକ ବିଫଳତାକୁ ଘୋର ସମାଲୋଚନା କରିଛନ୍ତି ନବୀନ । ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ଏହି ସରକାରର ନାହିଁ କହିଛନ୍ତି ବିରୋଧୀ ଦଳ ନେତା ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, “ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ଦଳାଚକଟା ଯୋଗୁଁ ଜଣେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଓ ଅନେକ ଆହତ ହୋଇଛନ୍ତି । ଏ ବିଷୟ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ମୃତକଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଉଛି ’’।
ଏହା ସହ ସେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ରଥଯାତ୍ରା ସମୟରେ ବାରମ୍ବାର ଏଭଳି ଅଘଟଣ ଘଟୁଛି କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଖାମଖିଆଲି ଭାବେ କାମ କରୁଛନ୍ତି ବୋଲି ନବୀନ ଅଭିଯୋଗ ଆଣିଛନ୍ତି । ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ସରକାର ଆଦୌ ଗୁରୁତ୍ୱର ସହ ଗ୍ରହଣ ନକରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି ।

ନବୀନ ଆହୁରି ମଧ୍ୟ କହିଛନ୍ତି, “ଅନୁଭବ ହେଉଛି ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ବିଜେପି ସରକାରର ନାହିଁ । ଗୋଟିଏ ପରେ ଗୋଟିଏ ଅଘଟଣ ପ୍ରତିବର୍ଷ ରଥଯାତ୍ରା ସମୟରେ ଘଟୁଛି । ଲୋକଙ୍କ ଜୀବନ ଯାଉଛି । ରାଜ୍ୟ ବଦନାମ ହେଉଛି । କିନ୍ତୁ ସରକାରଙ୍କ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ । ଭୁଲରୁ ଶିଖିବା ପରିବର୍ତ୍ତେ ସବୁକିଛି କାମଚଳା ନୀତିରେ କରାଗଲା ଭଳି ଅନୁଭବ ହେଉଛି । ଆଉ କେତେ ଅଘଟଣ ପରେ ସରକାର ସଚେତନ ହେବେ । ସୁନାବେଶରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଘୋଷଯାତ୍ରାର ଦେବନୀତି କିଭଳି ବିନା କୌଣସି ବିଭ୍ରାଟରେ ଶେଷ ହେବ ସରକାର ସେଥିପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଅକାଳରେ ପ୍ରାଣ ନହରାନ୍ତୁ ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ