
ମୁମ୍ବଇ: ଅନିଲ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଗ୍ରୁପ୍ର ମୁମ୍ବଇସ୍ଥିତ ୧୭ଟି ଠିକଣାରେ ଶନିବାର ସିବିଆଇ ପକ୍ଷରୁ ଚଢଉ କରାଯାଇଛି। ଏହି କମ୍ପାନୀଗୁଡିକ ହେଲା ରିଲାଏନ୍ସ ଟେଲିକମ ଲିମିଟେଡ, ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ଏବଂ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ। ମୁମ୍ବଇସ୍ଥିତ ସ୍ବତନ୍ତ୍ର ସିବିଆଇ ଅଦାଲତଙ୍କ ଦ୍ବାରା ଜାରି କରାଯାଇଥିବା ୱାରେଣ୍ଟ ବଳରେ ଏଭଳି ଚଢଉ କରାଯାଇଛି। ରିଲାଏନ୍ସ ଗ୍ରୁପ୍ର ଏହି କମ୍ପାନୀଗୁଡିକ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୨୭,୩୩୭ କୋଟି ଟଙ୍କା ଠକିଥିବାରୁ ସିବିଆଇ, ଇଡି ପକ୍ଷରୁ ଏକାଧିକ ମାମଲା ରୁଜୁ କରାଯାଇଛି। ବିଗତ କିଛି ମାସ ମଧ୍ୟରେ ସିବିଆଇ ଓ ଇଡି ପକ୍ଷରୁ ରିଲାଏନ୍ସ ଗ୍ରୁପ୍ର ଏକାଧିକ କମ୍ପାନୀ ଉପରେ ଚଢଉ କରାଯାଇଥିବା ଜଣାପଡିଛି।


