ଅନିଲ ଅମ୍ଵାନୀଙ୍କ ୩୦୮୪ କୋଟି ଟଙ୍କାର ସମ୍ପତ୍ତି ଫ୍ରିଜ୍ କଲା ଇଡି

ନୂଆଦିଲ୍ଲୀ : ବଢିଲା ଅନିଲ ଅମ୍ଵାନୀଙ୍କ ମୁସ୍କିଲ୍। ଘରଠୁ ଅଫିସ୍ ଯାଏଁ ରିଲାଏନ୍ସ ଗ୍ରୁପ୍‌ର ୩୦୮୪ କୋଟି ଟଙ୍କାର ୪୦ରୁ ଉର୍ଦ୍ଧ୍ଵ ସମ୍ପତ୍ତି ଫ୍ରିଜ୍ କଲା ଇଡି। ଗାଜିଆବାଦ, ଦିଲ୍ଲୀ, ନୋଏଡା, ମୁମ୍ଵାଇ, ପୁଣେ, ଥାନେ, ହାଇଦ୍ରାବାଦ, ଚେନ୍ନାଇ, କାଞ୍ଚିପୁରମ୍ ଓ ଇଷ୍ଟ ଗୋଦାବରୀ ଅଞ୍ଚଳରେ ଥିବା ଅନିଲ ଅମ୍ବାନୀଙ୍କ ସମ୍ପତ୍ତିକୁ ଇଡି ଫ୍ରିଜ୍ କରିଦେଇଛି। ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

​​​​​​​ମାମଲାଟି ହେଉଛି ୨୦୧୭ ଏବଂ ୨୦୧୯ ମସିହାର। ଏହି ସମୟ ମଧ୍ୟରେ, ୟେସ୍ ବ୍ୟାଙ୍କ ରିଲାଏନ୍ସ ଗ୍ରୁପର ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL)ରେ ପ୍ରାୟ ୨୯୬୫ କୋଟି ଏବଂ ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ ଲିମିଟେଡ୍ (RCFL)ରେ ୨୦୪୫ କୋଟିର ନିବେଶ କରିଥିଲା। ଏହି ଦୁଇଟି କମ୍ପାନୀ ଉପରେ ହଜାର ହଜାର କୋଟି ଟଙ୍କାର ବକେୟା ବାଲାନ୍ସ ପଡ଼ିଥିଲା। କମ୍ପାନୀଗୁଡ଼ିକ ଜନସାଧାରଣ ଏବଂ ବ୍ୟାଙ୍କଗୁଡ଼ିକରୁ ନିଆଯାଇଥିବା ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଇଡି ଏହି ମାମଲାର ତଦନ୍ତ କରୁଥିଲା।

  • Related Posts

    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading
    କର୍ଣ୍ଣାଟକରେ ଶିବକୁମାର ସରକାର: ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶିବକୁମାର ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିକେ ଶିବକୁମାର । ବେଙ୍ଗାଲୁରୁ ଲୋକସେବା ଭବନରେ ତାଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଥଓ୍ବାରଚାନ୍ଦ ଗେହଲଟ୍ । ସେହିପରି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ