ଅନ୍‌ଲାଇନ୍‌ରେ ଗଞ୍ଜେଇ ଡିଲ୍‌

ବଲାଙ୍ଗିର:ଅନ୍‌ଲାଇନ୍‌ରେ ସମ୍ବଲପୁରୀ ଶାଢ଼ି ଏବଂ ଘରକରଣା ସାମଗ୍ରୀ ବିକ୍ରି ପାଇଁ ଅଭିଯୁକ୍ତ ଖୋଲିଥିଲେ ‘ସମ୍ବଲପୁରୀ ଶାଢ଼ି ସେଲର’ ନାମକ ଏକ ପ୍ଲାଟଫର୍ମ । ଏହା ମାଧ୍ୟମରେ ପାର୍ସଲରେ ଗଞ୍ଜେଇ ପଠାଉଥିଲେ । ସିଣ୍ଡିକେଟ୍‌ ଚେର କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଆରମ୍ଭ ହୋଇ ଦିଲ୍ଲୀ ଗାଜିଆବାଦ ପର୍ଯ୍ୟନ୍ତ ଲମ୍ବିଛି ଯେଉଁଥିରେ ବଲାଙ୍ଗିର ଥିଲା ଟ୍ରାନ୍‌ଜିଟ୍‌ ହବ୍‌ । ଏହି ମାମଲାରେ ପୁଲିସ୍‌ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୧୩ କେଜି ଗଞ୍ଜେଇ ଓ ଦୁଇଟି କାର ଜବତ କରିଛି । ପାର୍ସଲ ଯାଞ୍ଚ ବ୍ୟବସ୍ଥାରେ ଥିବା ସମସ୍ୟା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ଗଞ୍ଜେଇ ଚାଲାଣ ହେଉଛି । ଏହାକୁ ରୋକିବାକୁ ସମ୍ପୃକ୍ତ ଇ-କମର୍ସ ପ୍ଲାଟ୍‌ଫର୍ମର ରାଜ୍ୟ ମୁଖ୍ୟଙ୍କୁ ତାଗିଦ୍‌ କରାଯାଇଥିବା ଏସ୍‌ପି ଅଭିଳାଷ ଜି କହିଛନ୍ତି ।

ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କୁ ବିଶ୍ୱ ବଜାରରେ ନିଜ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ଦେଉଛି । କୌଣସି ବ୍ୟବସାୟୀ ସେଠାରେ ନିଜ ଆକାଉଣ୍ଟ ଖୋଲି ସାମଗ୍ରୀ ବିକ୍ରି କରିପାରିବ । ଏହାକୁ ନିଶା ଚାଲାଣର ସୁରକ୍ଷିତ ବାଟ କରିଥିଲେ ମାଫିଆ । ଏଭଳି ଅନ୍‌ଲାଇନ୍‌ ନିଶା କାରବାର ସମ୍ପର୍କରେ ପୁଲିସକୁ ଖବର ମିଳିଥିଲା । ହେଲେ ସବୁ ଅର୍ଡର ଅନ୍‌ଲାଇନ ଏବଂ ଇ-କମର୍ସରେ ଚାଲୁଥିବାରୁ ଚିହ୍ନଟ ସହଜ ନ ଥିଲା । ଗୁଇନ୍ଦା ସୂଚନା ଆଧାରରେ ପୁଲିସ୍‌ ସମ୍ପୃକ୍ତ ସମ୍ବଲପୁରୀ ଶାଢ଼ି ନାମକ ଇ-କମର୍ସ ପ୍ଲାଟଫର୍ମ କମ୍ପାନିକୁ ସ୍କାନରକୁ ନେଇଥିଲା। ତାହାର ସମସ୍ତ ପରିଚାଳନା ଟିମ, ଅର୍ଡର, ଡେଲିଭରି ନେଟୱର୍କ, ସାମଗ୍ରୀ ତଥ୍ୟ ଏବଂ ସମସ୍ତ ଦେଣନେଣ ଯାଞ୍ଚ ପରେ ସତ୍ୟ ପଦାକୁ ଆସିଥିଲା । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରିବା ପରେ ନିଶା କାରବାରର ଗୁମର ଖୋଲିଥିଲା । ସେମାନେ ସ୍ୱତନ୍ତ୍ର ବାରକୋଡ୍‌ ପ୍ରସ୍ତୁତ କରି ଗଞ୍ଜେଇ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା ।

ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ମ.ରାମପୁର ଥାନା ଅଞ୍ଚଳର ଚନ୍ଦ୍ରକାନ୍ତ ତାଣ୍ଡି, ବିମଳ ତାଣ୍ଡି, ଜଗତରାମ ତାଣ୍ଡି, ଛବିଲାଲ ଧରୁଆ, ତାରାଚାନ୍ଦ ତାଣ୍ଡି, ରତ୍ନ ଭୋଇ ଏବଂ ତୁଷୁରା ଥାନା ମାଧପୁର ଗାଁର ପ୍ରଦୀପ ସୁନାକୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ୧୦ଟି ପ୍ୟାକେଟରେ ଥିବା ୧୧୦ କେଜି ଗଞ୍ଜେଇ ଏବଂ ଦୁଇଟି କାର ଜବତ କରାଯାଇଛି । ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣିବା ସହ ମ.ରାମପୁରସ୍ଥିତ ଜଙ୍ଗଲ ଭିତରେ ପ୍ୟାକିଂ କରୁଥିଲେ । ସେଥିରେ ଅନଲାଇନ ଜେନେରେଟଡ୍‌ ଲୋଗୋ ଏବଂ ସ୍କାନର ଲଗାଇ ବଲାଙ୍ଗିର ଆଣୁଥିଲେ । ବଲାଙ୍ଗିରସ୍ଥିତ ଇ-ପ୍ଲାଟଫର୍ମ କମ୍ପାନି ଟ୍ରାଞ୍ଜିଟ୍‌ ପଏଣ୍ଟରୁ ଦିଲ୍ଲୀ ପହଞ୍ଚାଉଥିଲେ । ଦିଲ୍ଲୀରେ ବସି ଗଞ୍ଜେଇ ଅର୍ଡର କରୁଥିବା ମାଫିଆମାନେ ଏହାକୁ ସହଜରେ ପାଇ ଯାଉଥିଲେ । ପୂର୍ବରୁ ପ୍ରାୟ ୪ଥର ଏଭଳି ଅର୍ଡର ଯାଇଥିବା ପୁଲିସ୍‌ କହିଛି । ତଦନ୍ତ ବେଳେ ପୁଲିସ୍‌ ଅନଲାଇନ କମ୍ପାନିର ରାଜ୍ୟ ମୁଖ୍ୟଙ୍କ ସହ ଆଲୋଚନା କରି ଏହାର ଯାଞ୍ଚ ସ୍ଥିତିକୁ କଡ଼ାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସମେତ ସଦର ଏସଡିପିଓ, ଟାଉନଥାନା ଅଧିକାରୀ, ଲକ୍ଷ୍ମୀଯୋର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ପାର୍ସଲ ବୋମା ପାଇଁ ଚର୍ଚ୍ଚିତ ଥିଲା ବଲାଙ୍ଗିର । ଏବେ କୋରିୟରରେ ଗଞ୍ଜେଇ ଚାଲାଣ ଆଲୋଚନାର ପ୍ରସଙ୍ଗ ପାଲଟିଛି ।

  • Related Posts

    ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

    କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ…

    Continue reading
    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ