ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତ ଖର୍ଚ୍ଚ ପ୍ରସଙ୍ଗ, ପ୍ରମାଣ ନ ପାଇ ମାମଲା ଖାରଜ କଲେ କୋର୍ଟ

ଭୁବନେଶ୍ୱର: ପୂର୍ବତନ ୫T ସଚିବ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ହେଲିକ୍ୟାପ୍ଟର ଗସ୍ତ ଏବଂ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି । ବିଚାରପତି ବିରଞ୍ଚୀ ନାରାୟଣ ମହାନ୍ତି ଏହି ମାମଲାର ଶୁଣାଣି କରି ଅଭିଯୋଗରେ କୌଣସି ପ୍ରମାଣ ତଥା ଯଥେଷ୍ଟ ଆଧାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମାମଲା ଖାରଜ ହେବା ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ପୂର୍ବରୁ ଭୁବନେଶ୍ୱର ଏସଡିଜେଏମ (SDJM) କୋର୍ଟ ଦେଇଥିବା ନିଷ୍ପତ୍ତିକୁ କାଏମ ରଖି ଜିଲ୍ଲା ଜଜ୍ କୋର୍ଟ ଏହି ମାମଲାକୁ ରଦ୍ଦ କରିଛନ୍ତି। ଅଭିଯୋଗକାରୀ ଆଇନଜୀବୀ ତଥା ସାମାଜିକ କର୍ମୀ ସୁଧୀର ଚରଣ ମହାନ୍ତିଙ୍କ ପକ୍ଷରୁ ଦାଖଲ ଆବେଦନରେ ହେଲିକ୍ୟାପ୍ଟର ଖର୍ଚ୍ଚକୁ ନେଇ କୌଣସି ଆଇନଗତ ବା ପ୍ରମାଣିକ ତ୍ରୁଟି ମିଳିନାହିଁ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି. କେ. ପାଣ୍ଡିଆନ୍ ରାଜ୍ୟ କୋଷାଗାରରୁ ପ୍ରାୟ ୫୦୦ କୋଟି ଟଙ୍କା ହେଲିକ୍ୟାପ୍ଟର ଗସ୍ତରେ ଖର୍ଚ୍ଚ କରିଥିବା ନେଇ ଅଭିଯୋଗ ହୋଇଥିଲା । ବିଜେଡି ଶାସନ ସମୟରେ ପାଣ୍ଡିଆନ୍‌ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସେଠାରେ ଜନସାଧାରଣଙ୍କ ସହ ଆଲୋଚନା ପାଇଁ ପ୍ରାୟ ୪୫୦ ରୁ ୫୦୦ଟି ହେଲିପ୍ୟାଡ୍ ତିଆରି କରାଯାଇଥିବା ନେଇ ଗତ ୨୦୨୪ ମସିହାରେ ବିଜେପି ସରକାରଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଜଣେ ସରକାରୀ ଅଧିକାରୀ ଭାବେ ପାଣ୍ଡିଆନ ସାରା ଓଡ଼ିଶାରେ ହେଲିକ୍ୟାପ୍ଟର ଯୋଗେ ବୁଲି ସଭା କରିବାକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିଲେ । କୋର୍ଟ ଏହି ମାମଲାରେ କୌଣସି ବେଆଇନ କାର୍ଯ୍ୟାନୁଷ୍ଠାନର ପ୍ରମାଣ ନପାଇ ନବୀନ ପଟ୍ଟନାୟକ ଏବଂ ଭି. କେ. ପାଣ୍ଡିଆନ୍‌ଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି।

ପାଣ୍ଡିଆନଙ୍କ ବିମାନ ଯାତ୍ରା ଓ ଅଭିଯୋଗ ପତ୍ର ସଂଗ୍ରହ ସଭା ବାବଦରେ ସରକାରୀ ଅର୍ଥ ଖର୍ଚ୍ଚକୁ ନେଇ ୨୦୨୪ ମସିହାରେ ମାମଲା ରୁଜ୍ଜୁ କରିଥିଲେ ଆଡଭୋକେଟ ସୁଧୀର ଚରଣ ମହାନ୍ତି । କ୍ୟାପିଟାଲ ଥାନା ପୋଲିସ ପଦକ୍ଷେପ ନନେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ । ଦାଏର ରିଭିଜନ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଥିଲେ ଭୁବନେଶ୍ଵରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ । ମାମଲାରେ ଦୌରା ଜଜ ବିଏନ ମହାନ୍ତି ନବୀନ ଓ ପାଣ୍ଡିଆନଙ୍କୁ ସମନ ଜାରି କରିଥିଲେ । ଜୁଲାଇ ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

  • Related Posts

    ବିକ୍ରମଙ୍କ ବେଲକୁ ନେଇ ବଢିଲା ବାକ୍ ଯୁଦ୍ଧ

    ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଶୋଭାଯାତ୍ରାକୁ ନେଇ ରାଜନୈତିକ ବୟାନବାଜି ତେଜିବାରେ ଲାଗିଛି । ମୁହାମୁହିଁ ହୋଇଛନ୍ତି ବିଜେପି-ବିଜେଡି । ରାଜ୍ୟ ରାଜନୀତିରେ ଜୋର ଧରିଛି ବାକ୍ ଯୁଦ୍ଧ । ଜେଲରୁ ବାହାରିବା ପରେ କର୍ମୀ…

    Continue reading
    ବିଜେପି ସରକାର ପୋଲିସ ପ୍ରଶାସନଙ୍କୁ ନିଜ ଫାଇଦା ପାଇଁ ବ୍ୟବହାର କରୁଛନ୍ତି: ବିଜେଡି

    ଭୁବନେଶ୍ୱର: ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଗତ କାଲି ଜାମିନରେ ଖଲାସ ହୋଇଥିବା ବେଳେ ଆଜି ତାଙ୍କ ଗିରଫ ରାଜନୈତିକ ଚାପରେ ହୋଇଥିଲା ବୋଲି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ