ବିଜେପି ସରକାର ପୋଲିସ ପ୍ରଶାସନଙ୍କୁ ନିଜ ଫାଇଦା ପାଇଁ ବ୍ୟବହାର କରୁଛନ୍ତି: ବିଜେଡି

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଗତ କାଲି ଜାମିନରେ ଖଲାସ ହୋଇଥିବା ବେଳେ ଆଜି ତାଙ୍କ ଗିରଫ ରାଜନୈତିକ ଚାପରେ ହୋଇଥିଲା ବୋଲି ବିଜେଡି ଦାବି କରିଛି । ରାଜନୈତିକ ଫାଇଦା ପାଇଁ ବିଜେଡି ନେତାଙ୍କୁ ରାଜ୍ୟ ବିଜେପି ସରକାରଙ୍କ ଚାପରେ ଏହି ଗିରଫ କରାଯାଇଥିଲା ବୋଲି ବିଜେଡି ଅଭିଯୋଗ କରିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ, ବିକ୍ରମ ପଣ୍ଡାଙ୍କୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିବା ବେଳେ ତାଙ୍କ ଗିରଫ ଅବୈଧ ଥିଲା ବୋଲି ବିଚାରପତି ଉଲ୍ଲେଖ କରିଛନ୍ତି । ପୋଲିସ ଅଧିକାରୀ ବିକ୍ରମ ପଣ୍ଡାଙ୍କୁ ଗିରଫ କରିବା ସମୟରେ ପୋଲିସ ଅଧିକାରୀ ତାଙ୍କୁ, ତାଙ୍କ ଗିରଫର କାରଣ ଜଣାଇ ନଥିଲେ । ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମଙ୍କ ସିଧାସଳଖ ସମ୍ପୃକ୍ତିର କୌଣସି ପ୍ରମାଣ ନଥାଇ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା ବୋଲି ବିଚାରରେ କୁହାଯାଇଛି । କେବଳ ଜଣେ କୋ-ଆକ୍ୟୁଜଡ଼ର ଷ୍ଟେଟମେଣ୍ଟ ଉପରେ ବିକ୍ରମଙ୍କୁ ଗିରଫ କରାଯାଇଥିଲା । ଏହିସବୁ କାରଣରୁ, ବିକ୍ରମଙ୍କ ଗିରଫକୁ ବେଆଇନ ବୋଲି ବିଚାରପତି କହିଛନ୍ତି । ଏହାଛଡା କୋର୍ଟ ଏହି ଅର୍ଡରର କପି ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପୋଲିସ ଡିଜିଙ୍କ ନିକଟକୁ ପଠାଇ ରାଜ୍ୟର ପ୍ରତି ପୋଲିସ ଷ୍ଟେସନରେ ଏହିଭଳି ନିୟମ ଉଲଂଘନ କରି ଗିରଫ ଯେପରି ନହୁଏ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବେ ବୋଲି କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।
ଡ ମହାନ୍ତି କହିଥିଲେ, ଏହି ଅବୈଧ ଗିରଫ କାରଣରୁ ବିକ୍ରମ ପଣ୍ଡାଙ୍କ ପରି ଜଣେ ଲୋକପ୍ରିୟ ରାଜନେତାଙ୍କୁ ଦଶ ମାସ ଦଶ ଦିନ ଜେଲରେ ରହିବାକୁ ହେଲା । ଏହି ଭୁଲ ପାଇଁ ବିକ୍ରମଙ୍କୁ ଗିରଫ କରିଥିବା ପୋଲିସ ଅଧିକାରୀ ଓ ଗଞ୍ଜାମ ଏସପି କ୍ଷମା ପ୍ରାର୍ଥନା କରିବେ କି? କୋର୍ଟ ଦେଇଥିବା ଅର୍ଡରରୁ ସ୍ପଷ୍ଟ ହୋଇଛି ଯେ ପୋଲିସ ତାର କ୍ଷମତାର ଅପବ୍ୟବହାର କରି ଏହି ଗିରଫ କରିଥିଲା । ଏହି ଗିରଫ କେବଳ ରାଜ୍ୟ ବିଜେପି ସରକାରଙ୍କ ଚାପରେ ହୋଇଥିଲା ବୋଲି ବୁଝିବାକୁ ଆଉ ବାକି ନାହିଁ । ରାଜ୍ୟରେ ପୋଲିସ ପ୍ରଶାସନକୁ ନିଜ ଫାଇଦା ପାଇଁ ରାଜ୍ୟ ବିଜେପି ସରକାର ବ୍ୟବହାର କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି, ସେଥିପ୍ରତି ସରକାରଙ୍କ ନିଘା ନାହିଁ । କେବଳ ନିଜର ରାଜନୈତିକ ଫାଇଦା ହାସଲ ପାଇଁ ପୋଲିସକୁ ବ୍ୟବହାର କରାଯାଉଛି ।

  • Related Posts

    ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତ ଖର୍ଚ୍ଚ ପ୍ରସଙ୍ଗ, ପ୍ରମାଣ ନ ପାଇ ମାମଲା ଖାରଜ କଲେ କୋର୍ଟ

    ଭୁବନେଶ୍ୱର: ପୂର୍ବତନ ୫T ସଚିବ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ହେଲିକ୍ୟାପ୍ଟର ଗସ୍ତ ଏବଂ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି । ବିଚାରପତି ବିରଞ୍ଚୀ ନାରାୟଣ…

    Continue reading
    ବିକ୍ରମଙ୍କ ବେଲକୁ ନେଇ ବଢିଲା ବାକ୍ ଯୁଦ୍ଧ

    ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଶୋଭାଯାତ୍ରାକୁ ନେଇ ରାଜନୈତିକ ବୟାନବାଜି ତେଜିବାରେ ଲାଗିଛି । ମୁହାମୁହିଁ ହୋଇଛନ୍ତି ବିଜେପି-ବିଜେଡି । ରାଜ୍ୟ ରାଜନୀତିରେ ଜୋର ଧରିଛି ବାକ୍ ଯୁଦ୍ଧ । ଜେଲରୁ ବାହାରିବା ପରେ କର୍ମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ