ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଗତ ଜୁନ୍‌ ୪ରେ ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ିରେ ଭାସୁଥିବାର ଦେଖିଥିଲେ ଲୋକେ। ଖବର ପାଇ ବାରଙ୍ଗ ଥାନା ପୋଲିସ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ଚନ୍ଦ୍ରିକାଙ୍କ ପରିବାର ତରଫରୁ ଏତଲା ଦିଆଯାଇଥିଲା। ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ମାମଲା ରୁଜୁ କରିବା ସହିତ ଜୁନ୍‌ ୧୩ରେ ଅଭିଯୁକ୍ତ ଭୀମସେନ ଟୁଡୁଙ୍କୁ ମୟୂରଭଞ୍ଜରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରଥମେ ବାରଙ୍ଗ ଥାନା ପୋଲିସ ବିଏନ୍‌ଏସ୍‌ର ଧାରା ୧୦୮, ୩(୫)ରେ ମାମଲା ରୁଜୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ଧାରା ୬୯ ଭୀମସେନଙ୍କ ନାଁରେ ଯୋଡ଼ିଥିଲା ପୋଲିସ। ପୂର୍ବରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ଭୀମସେନଙ୍କ ଜାମିନ ଆବେଦନ ନିମ୍ନ ଅଦାଲତରେ ଖାରଜ ହୋଇଥିଲା। ଘଟଣାର ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଜାମିନରେ ଛାଡ଼ ପାଇବା ପରେ ଅଭିଯୁକ୍ତ ତଦନ୍ତରେ ଅସହଯୋଗ କରିବାର ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ବିଚାରକୁ ନେଇ କଟକ ଦ୍ୱିତୀୟ ଅତିରିକ୍ତ ଦୌରା ଜଜ୍‌ ଭୀମସେନଙ୍କ ଜାମିନ ଆବଦେନକୁ ଖାରଜ କରିଥିଲେ।

  • Related Posts

    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

    Continue reading
    ଅନ୍‌ଲାଇନ୍‌ରେ ଗଞ୍ଜେଇ ଡିଲ୍‌

    ବଲାଙ୍ଗିର:ଅନ୍‌ଲାଇନ୍‌ରେ ସମ୍ବଲପୁରୀ ଶାଢ଼ି ଏବଂ ଘରକରଣା ସାମଗ୍ରୀ ବିକ୍ରି ପାଇଁ ଅଭିଯୁକ୍ତ ଖୋଲିଥିଲେ ‘ସମ୍ବଲପୁରୀ ଶାଢ଼ି ସେଲର’ ନାମକ ଏକ ପ୍ଲାଟଫର୍ମ । ଏହା ମାଧ୍ୟମରେ ପାର୍ସଲରେ ଗଞ୍ଜେଇ ପଠାଉଥିଲେ । ସିଣ୍ଡିକେଟ୍‌ ଚେର କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଆରମ୍ଭ ହୋଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ