ଅପପୁଷ୍ଟି ଲଢେଇରେ ବଡ଼ ପଦକ୍ଷେପ: ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ୧୨ ଟଙ୍କାକୁ ବୃଦ୍ଧି କଲେ ସରକାର

ଭୁବନେଶ୍ଵର: ଓଡ଼ିଶା ଅପପୁଷ୍ଟି ଲଢେଇରେ ଆଉ ଏକ ବଡ଼ ପଦକ୍ଷେପ। ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କା କରାଯାଇଛି। ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି। ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର। ଏହା ସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁଥିରେ ମା ପେଟରେ ୨୭୦ ଦିନ ଏବଂ ଜନ୍ମରୁ ଦୁଇ ବର୍ଷ ପର୍ୟ୍ୟନ୍ତ ପୋଷଣ ପୁରା ତଥ୍ୟ ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମା’ମାନେ ଏହି ବୁକଲେଟ ଜରିଆରେ ସଚେତନ ହେଲେ ପ୍ରସବ ଜନିତ ସମସ୍ୟା ହଟିବ। ଯାହାଦ୍ୱାରା ଓଡ଼ିଶାକୁ ୨୦୩୬ ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ। ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ପାଇଁ ବିଭାଗ ମିଶନ ମୋଡରେ କାମ କରୁଛି।
ସେହିପରି ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୬ ପ୍ରତିଶତ ସୁଭଦ୍ରା ହିତାଧିକାରୀଙ୍କୁ ଅପ୍ ସ୍କିଲିଂ ଟ୍ରେନିଂ ଦେଇ ନିଯୁକ୍ତି ଏବଂ ଉଦ୍ୟୋଗୀ କରିବେ ସରକାର। ୨୧ ରୁ ୩୫ ବର୍ଷ ପର୍ୟ୍ୟନ୍ତ ହିତାଧିକାରୀଙ୍କୁ ଏହି କାର୍ୟ୍ୟକ୍ରମରେ ସାମିଲ କରାଯିବ। ଏହା ସହ କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ ଯୋଜନାରେ ପ୍ରତି ବର୍ଷ ଲକ୍ଷେ ମହିଳାଙ୍କୁ ସାମିଲ କରାଯିବ। ସୁଭଦ୍ରା ସ୍କିଲିଂ କାର୍ୟ୍ୟକ୍ରମରେ ଆଇଆଇଏମ ଦ୍ୱାରା ୨୬ ପ୍ରତିଶତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଯେଉଁମାନଙ୍କ ପାଖରେ ବିଭିନ୍ନ ଦକ୍ଷିତା ରହିଛି। ସେମାନଙ୍କୁ ଅଧିକ ତାଲିମ ଦେଇ ଉଦ୍ୟୋଗୀ କରାଯିବ ଏବଂ ବିଭିନ୍ନ ବିଭାଗ ସହ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ଦିଆଯିବ। ୨୧ ବର୍ଷରୁ ୩୫ ବର୍ଷ ଭିତରେ ମହିଳାମାନଙ୍କୁ ଚିହ୍ନଟ କରାଯାଇଛି। ଏହା ସହ କେନ୍ଦ୍ର ସରକାରଙ୍କ ସେଲ୍ଫ ହେଲ୍ପ ଉଦ୍ୟୋଗୀ କାର୍ୟ୍ୟକ୍ରମରେ ମଧ୍ୟ ପ୍ରତି ବର୍ଷ ୧ ଲକ୍ଷ ମହିଳା ସାମିଲ ହେବେ। ଏହି କାର୍ୟ୍ୟକ୍ରମରେ ସବୁ ବିଭାଗ ସମନ୍ୱୟ ରଖି କାମ କରିବେ।

  • Related Posts

    ହାଇଓ୍ବାକୁ ପଛରୁ ପିଟିଲା କାର୍, ୨ ମୃତ

    କଳାହାଣ୍ଡି: କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ଦ୍ରୁତଗାମୀ ବିଏମ୍ଡବ୍ଲୁ କାର୍। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୨ ଜଣଙ୍କ ଜୀବନ। ମୃତକ ହରିୟାଣାର ବୋଲି ଜଣାପଡିଛି।…

    Continue reading
    ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ

    କଟକ/ବାରଙ୍ଗ: ବାଲେଶ୍ୱର ମେଡିକାଲ୍ କଲେଜ ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ। ତେବେ କେଉଁ ପରିସ୍ଥିତି ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରିକା ମୃତ୍ୟୁ କଣ ରହସ୍ୟ ? ଚନ୍ଦ୍ରିକାଙ୍କୁ ମାନସିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ