ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରି ଆଇନ୍ ମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କଲେ। ଗତ ତିନିଦିନ ତଳେ ପରିବହନ ବିଭାଗ ଓ କମିଶନରେଟ ପୁଲିସ ତାଙ୍କ ଘରକୁ ଯାଇ ତାଙ୍କ ସ୍କୁଟି ସିଜ୍ କରିଥିଲେ। ସେ ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କରି ଆଇନ ଉଲ୍ଲଙ୍ଘନ କରିଥିଲେ ବୋଲି ଅଭିଯୋଗ ଥିଲା।
ତେବେ ନିଜ ବିରୋଧରେ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ରାଣୀ। ତାଙ୍କ ଉପରେ ଲାଗିଥିବା ୬ ହଜାର ଟଙ୍କା ଜରିମାନା ଦେଇ ସେ ନିଜ ଗାଡ଼ି ମୁକୁଳାଇଛନ୍ତି। ହେଲେ ନୋଟିସ କିମ୍ବା ଇ-ଚାଲାଣ ନକରି ହଠାତ ଏଭଳି ଚଢ଼ାଉ କରିବା ଦ୍ୱାରା ତାଙ୍କର ସମ୍ମାନ ହାନୀ ହୋଇଥିବା ଅଭିଯୋଗ କରିଛନ୍ତି ଅଭିନେତ୍ରୀ। ତେଣୁ ପରିବହନ ବିଭାଗ ଯେଉଁ ଆଇନ ଉଲ୍ଲଂଘନ କରିଛନ୍ତି ସେଥିରେ ସୁଧାର ଆଣିବା ପାଇଁ ଆଇନ ମନ୍ତ୍ରୀଙ୍କୁ ଜଣାଇଛନ୍ତି।
‘ଓମ୍ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…




