ଆଜି ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ

କଟକ: ଶନିବାର ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ଆଜି ବାହାରିବ । ମଧ୍ୟାହ୍ନ ସାଢ଼େ ୧୨ଟାରେ ପ୍ରକାଶ ପାଇବ ଫଳାଫଳ। ଜୁଲାଇ ୧୪ ତାରିଖରୁ ଖାତା ଦେଖା ହୋଇ ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ଏହାର ରେଜଲ୍ଟ ପ୍ରୋସେସିଂ ହୋଇଥିଲା।

ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮୪ ହଜାର ୮୬୩ ଛାତ୍ରଛାତ୍ରୀ ପାସ୍ କରିଥିଲେ । ୧୭ ହଜାର ୩୮୪ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ପରୀକ୍ଷା ୧୦୩ ଟି କେନ୍ଦ୍ରରେ ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ଦେଇଛନ୍ତି। ଜୁଲାଇ ୧ରୁ ୧୦ ତାରିଖ ପର୍ୟ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ