ଦୟୀନଦୀ: ନାବାଳକ ଛାତ୍ରଙ୍କ ମୃତଦେହ ଠାବ

ଭୁବନେଶ୍ୱର: ଦୟୀନଦୀରେ ନାବାଳକ ଭାସି ଯାଇ ନିଖୋଜ ଘଟଣା । ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକ ଛାତ୍ରଙ୍କ ମୃତଦେହ ଠାବ ହୋଇଛି। ନିଖୋଜ ସ୍ଥଳଠୁ ୬ କିଲୋମିଟର ଦୂରରେ ଗଙ୍ଗେଶ୍ୱର ନିକଟରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ଶୁଭମ୍‌ ବୋଲି ଜଣାପଡିଛି। ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଶୁକ୍ରବାର ଦିନ ୪ ଜଣ ଛାତ୍ର ନୂଆଗାଁ ଉପରସହି ଘାଟ ଗାଧୋଇବାକୁ ଆସିଥିଲେ। ୩ ଜଣ ନଦୀ ଭିତରକୁ ଯାଇଥିଲେ। ପାଣିର କ୍ଷୀପ୍ର ସ୍ରୋତରେ ତିନିଜଣ ଭାସି ଯାଉଥିବା ବେଳେ ଜଣେ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ। ଅନ୍ୟ ୨ ଜଣ ଭାସି ଯାଇଥିଲେ। ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ଠାବ କରାଯାଇଥିଲା। ତେବେ ଅନ୍ୟ ଜଣେ ନିଖୋଜ ଛାତ୍ରଙ୍କ ପତ୍ତା ମିଳିପାରିନିଥିଲା। ରାତି ହୋଇଯିବାରୁ ଉଦ୍ଧାର କାର୍ୟ୍ୟ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ଅଗ୍ନିଶମ ଟିମ୍ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା। ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଠାବ ହୋଇଥିଲା ନିଖୋଜ ଛାତ୍ରଙ୍କ ମୃତଦେହ । ଘଟଣାସ୍ଥଳରୁ ୬ କିଲୋମିଟର ଦୂରରେ ନାବାଳକ ଶୁଭମଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଜବତ ପରେ ଧଉଳି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ମଧ୍ୟ ପଠାଇଛି ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ