ଆନ୍ଦୋଳନକାରୀଙ୍କୁ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ: ହିଂସାତ୍ମକ ଉପାୟରେ କ୍ଷମତାସୀନ ସରକାର ବଦଳାଇବାକୁ ପ୍ରୟାସ କରୁଥିବା ଆନ୍ଦୋଳନକାରୀଙ୍କୁ ଉତ୍ତର ପ୍ରଦେଶରେ ସରକାରୀ ଚାକିରି ମିଳିବ ନାହିଁ। ଏଥିପାଇଁ ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ଧାର୍ଯ୍ୟ ଚାରିତ୍ରିକ ଯାଞ୍ଚ ନିୟମ (କ୍ୟାରେକ୍ଟର ଭେରିଫିକେସନ ରୁଲ୍‌ସ)କୁ ଅଧିକ କଡ଼ାକଡ଼ି କରିଛନ୍ତି। ହିଂସାତ୍ମକ ଉପାୟରେ ସରକାର କିମ୍ବା ବ୍ୟବସ୍ଥା ବଦଳାଇବାକୁ ଉଦ୍ୟମ କରୁଥିବା କୌଣସି ସଂଗଠନ ସହ ଜଡ଼ିତ ଥିବା କିମ୍ବା ଏପରି ହିଂସାତ୍ମକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରୀ ଚାକିରି ପାଇଁ ଅଯୋଗ୍ୟ ଘୋଷଣା କରାଯିବ। ଏହି ନୂତନ ନିୟମାବଳୀ ପ୍ରମୁଖ ସଚିବ (ନିଯୁକ୍ତି ଓ କାର୍ମିକ ବିଭାଗ) ଏମ. ଦେବରାଜଙ୍କ ଦ୍ୱାରା ଜାରି କରାଯାଇଛି। ଏହା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ନିଗମ, ବୋର୍ଡ ଓ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ହେଉଥିବା ସିଧାସଳଖ ନିଯୁକ୍ତି ପାଇଁ ଲାଗୁ ହେବ। କେବଳ ହିଂସାତ୍ମକ ଆନ୍ଦୋଳନକାରୀ ନୁହନ୍ତି ହତ୍ୟା, ଦୁଷ୍କର୍ମ, ଦୁର୍ନୀତି, କପି କରିବା, ପ୍ରଶ୍ନପତ୍ର ଲିକ୍ ଭଳି ଗମ୍ଭୀର ମାମଲାରେ ସଂପୃକ୍ତ ଥିବା ପରୀକ୍ଷାର୍ଥୀମାନଙ୍କୁ ମଧ୍ୟ ଚାକିରିରୁ ସ୍ଥାୟୀ ଭାବେ ବଞ୍ଚିତ କରାଯିବ। ସରକାର ସ୍ପଷ୍ଟ କରିଛନ୍ତି ଯେ କେବଳ କୌଣସି ରାଜନୈତିକ ଦଳ ପ୍ରତି ସମର୍ଥନ ଜଣାଇବା, ମାମଲାର ତଦନ୍ତ ଚାଲିଥିବା କାରଣରୁ କାହାକୁ ସିଧାସଳଖ ଅଯୋଗ୍ୟ କରାଯିବ ନାହିଁ। ଏହା ସହିତ ନିର୍ଦିଷ୍ଟ ସର୍ତ୍ତ ଆଧାରରେ ପ୍ରାଥମିକ ନିଯୁକ୍ତି ଦିଆଯାଇପାରିବ। ସରକାରଙ୍କ ଏହି ନିଷ୍ପତ୍ତିକୁ ଶାସକ ବିଜେପି ନିରାପତ୍ତା ଓ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ସମର୍ଥନ କରିଥିବା ବେଳେ ବିରୋଧୀ ସମାଜବାଦୀ ପାର୍ଟି ଓ କଂଗ୍ରେସ ଏହାକୁ ଗଣତାନ୍ତ୍ରିକ ପ୍ରତିବାଦର ସ୍ୱରକୁ ଚପାଇବା ପାଇଁ ଏକ ପ୍ରୟାସ ବୋଲି ସମାଲୋଚନା କରିଛନ୍ତି।

  • Related Posts

    CBSE ଜାରି କଲା ନୂଆ ସର୍କୁଲାର : ଏବେ ୧୦ମ ଶ୍ରେଣୀରେ ପଢ଼ା ଯିବନି ‘Environmental Education’

    ନୂଆଦିଲ୍ଲୀ : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଏକ ନୂଆ ସର୍କୁଲାର ଜାରି କରିଛି । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ କେଉଁ ବିଷୟଗୁଡ଼ିକ ପଢ଼ିବେ ଏବଂ ଦଶମ ଶ୍ରେଣୀରେ ସେମାନଙ୍କର ମୂଲ୍ୟାୟନ…

    Continue reading
    ନଭେମ୍ବର ୧ ଶୋଭାଯାତ୍ରାରେ ଯୋଗ ଦେବାକୁ ରାହୁଲଙ୍କ ନିବେଦନ

    ନୂଆଦିଲ୍ଲୀ: ବିରୋଧୀ ‘ଇଣ୍ଡିଆ’ ବ୍ଲକ ପକ୍ଷରୁ ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଯାଉଥିବା ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗ ଦେବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମସ୍ତଙ୍କୁ ନିବେଦନ କରିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ