
ରାୟଗଡା: ରାୟଗଡ଼ାଜିଲ୍ଲା ଅମ୍ବାଦଳା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ରେଲୱେ କଲୋନୀ ନିକଟ ଏକ ଅର୍ଦ୍ଧନିର୍ମିତ ଘର ସମ୍ମୁଖରେ ଥିବା ଖୋଲା ପାଇଖାନା ଟାଙ୍କି ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ବାଘଡଙ୍ଗରି ଗ୍ରାମର ଗରିବ ବାଗ ।ସୂଚନାରୁ ଜଣାପଡିଛି ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରିଥିଲେ I ରାତିରେ ସେ ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର ସୂଚନା ମିଳିପାରିନଥିଲା I କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କ ମୃତ ଦେହ ଏକ ଖୋଲା ଟାଙ୍କି ପାଣିରେ ଭାସୁଥିବା କିଛି ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ଅମ୍ବାଦଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I





