ଆସନ୍ତାକାଲି ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି: ଶ୍ରୀମୟୀ

ଭୁବନେଶ୍ୱର:୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା। ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି।ଆସନ୍ତାକାଲି ଅର୍ଥାତ ଗୁରୁବାର ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳ ବା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଏଭଳି କହିଛନ୍ତି ଶ୍ରୀମୟୀ ମିଶ୍ର ।

ସୋସିଆଲ ମିଡିଆରେ ଶ୍ରୀମୟୀ ଆହୁରି ଉଲ୍ଲେଖ କରିଛନ୍ତି ଯେ 2025 ରେ କହିଥିଲି, ଟାଇଟେନିକ ବୁଡ଼ିବା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।ଜେମାମଣୀଙ୍କ ପାଦୁକା ପୂଜା କରାଇବାକୁ,ତେଲମରା ଭକ୍ତ, ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିଜେ ବୁଲି ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପରାଜିତ କରି ମନ ଭରିଲାନି,ଏବେ ପୁଣି ତାମିଲ୍ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡ ପ୍ରସ୍ତୁତ କଲେ master plan. ସହଜେ ତ Trust କରି ଦିଲ୍ଲୀ ଘର ଦଖଲକୁ ନେଇସାରିଛନ୍ତି ।ଏବେ ନଜର ନିବାସ ଓ ଦଳର ପାଣ୍ଠି ଉପରେ। ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ୍ ବୋହୂକୁ ରେଡ୍ କାର୍ପେଟ୍ ସ୍ବାଗତ କରିବା ପାଇଁ ଫରମାନ୍ ଜାରି ହୋଇଛି।ନିବାସର କଣ୍ଟ୍ରୋଲ ରୁମ୍ ସହାୟିକା ପଦବୀ ପାଇଁ Reqruitment process ଆରମ୍ଭ ହୋଇ ସାରିଛି।

ପ୍ରକାଶ ଯେ ଆସନ୍ତାକାଲି ଅର୍ଥାତ ଗୁରୁବାର ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳ ବା ବିଜେଡରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବୁଧବାର ବରିଷ୍ଠ ବିଜେଡି ନେତାଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିିଛି । ଆସନ୍ତାକାଲି ନବୀନ ପଟ୍ଟନାୟକ ଶଙ୍ଖଭବନରେ ଏନେଇ ଏକ ବଡ଼ ଘୋଷଣା କରିପାରନ୍ତି । ସୁଜାତା ନିଜେ ଶଙ୍ଖଭବନରେ ଉପସ୍ଥିତ ରହି ବିଜେଡିର ସଦସ୍ୟତା ଗ୍ରହଣ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

  • Related Posts

    ଗୁରୁବାର ବିଜେଡିରେ ମିଶିବେ ସୁଜାତା!

    ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଗୁରୁବାର ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳ ବା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବୁଧବାର ବରିଷ୍ଠ ବିଜେଡି ନେତାଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିବା ପରେ ଏ…

    Continue reading
    ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ; ଆଜି ଭୋଟ

    ଝାରସୁଗୁଡ଼ା: ଝାରସୁଗୁଡ଼ା ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ ଗ୍ରହଣ। ତେବେ ଫଳାଫଳ ଘୋଷଣା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଭୋଟ ଗ୍ରହଣ ହେବ କିନ୍ତୁ ପ୍ରକାଶ ପାଇବନି ଫଳାଫଳ। ପରବର୍ତ୍ତୀ ଶୁଣାଣି ଯାଏଁ ସ୍ଥିତାବସ୍ଥା ବଜାୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ