
ଭୁବନେଶ୍ବର: ବାତ୍ୟା ପରବର୍ତ୍ତୀ ବନ୍ୟାକୁ ନଇେ SRC ରାଜେଶ ପ୍ରଭାକର ପାଟିଲଙ୍କ ପ୍ରେସମିଟ୍ । ବାତ୍ୟା ପରେ ଲଗାଣ ବର୍ଷାରେ ତିନି ଜିଲ୍ଲା ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ବର୍ଷା ସବୁ ରେକର୍ଡ ଭାଙ୍ଗିଛି । ଏବେ ସ୍ଥିତିରେ ସୁଧାର ଆସୁଛି, ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି । ଜିଲ୍ଲାରେ ମୋଟ ୧ ଲକ୍ଷ ୫ ହଜାର ୬୨୨ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ଗଜପତିରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ ହୋଇଛନ୍ତି । ୩୪୦ ରିଲିଫ କ୍ୟାମ୍ପରେ ବନ୍ୟା ବିପନ୍ନଙ୍କୁ ସୁବିଧା ଦିଆଯାଉଛି ।
ଆଜି ଆସିକାରେ ବିଦ୍ୟୁତ ସଂଯୋଗ ହୋଇଯିବ । ଜିଲ୍ଲାରେ ୮୦ ରୁ ୮୫ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ପୁନଃରୁଦ୍ଧାର ହୋଇଛି । ସବୁ ଗାଁ ୱାର୍ଡରେ ରନ୍ଧା ଖାଦ୍ୟ ଦିଆଯାଉଛି । ଛତ୍ରପୁର ସର ଭୀମପୁର ଗାଁରେ ଖାଦ୍ୟ ଏୟାରଡ୍ରୋପ କରାଯାଉଛି । ଭଞ୍ଜନଗରର ହାମଲେଟ ଗିଡ଼ିପାବାଲ, ବାଇବାଲି ପଞ୍ଚାୟତ ଭଞ୍ଜନଗର ବ୍ଲକ ଭୂସ୍ଖଳନ ଯୋଗୁଁ ୧୩ ଲୋକ ନିଖୋଜ ହୋଇଛନ୍ତି । ତାରା ବତି ପ୍ରଧାନ ବୃଦ୍ଧା ନିଖୋଜ ଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଖୋଜିବାକୁ ୩ ଅଗ୍ନିଶମ, sog, ndrf ର ୧୬୦ ରୁ ୧୭୦ ଜଣ ନିୟୋଜିତ ହୋଇଛନ୍ତି । ତେବେ କାଲି ରାତିରୁ ସର୍ଚ୍ଚ ଅପରେସନ ଚାଲିଛି । ପାହାଡ଼ ଉପରେ ଗାଁ ଥିଲା, ସେଠାରେ ୨୫ ଲୋକ ରହୁଥିଲେ ଏବଂ ୧୩ ଜଣ ନିଖୋଜ ହୋଇଥିଲେ । ଜଣେ ଉଦ୍ଧାର ହୋଇଥିବାବେଳେ ଏବେ ମଧ୍ୟ ୧୨ ଜଣ ନିଖୋଜ ରହିଛନ୍ତି । ଏହାସହ ରାଇକିଆ ବ୍ଲକରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗଜପତି ଜିଲ୍ଲାରୁ ଜଣେ ନିଖୋଜ ହୋଇଛନ୍ତି ।




