
ରାଇକିଆ: କନ୍ଧମାଳ ଜିଲା ରାଇକିଆ ଥାନା କରଡା ପଞ୍ଚାୟତର ସିନାପାଲି ନିକଟରେ ଏକ କାର୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ଏବଂ ସେଥିରେ ଜଣେ ଯୁବକ ଜିଅନ୍ତା ଜଳିଯାଇଛନ୍ତି।ରବିବାର ମଧ୍ୟରାତ୍ରରେ ଏହି ଘଟଣା ଘଟିଥିବାବେଳେ ଶୂନ୍ଶାନ ଅଞ୍ଚଳ ହୋଇଥିବାରୁ ଘଟଣା ସମ୍ପର୍କରେ ସୋମବାର ସକାଳୁ ଲୋକଲୋଚନକୁ ଆସିଥିଲା। ବେକରେ ତାର ଗୁଡ଼ା ହୋଇଥିବା ଏହାକୁ ହତ୍ୟାକାଣ୍ଡ ହୋଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ରାଇକିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ନମ୍ବରକୁ ଆଧାର କରି ମୃତକଙ୍କ ଘର ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ହୋଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସଠିକ ପରିଚୟ ମିଳିପାରିନାହିଁ।






