କୁଲୁସୁରା ଓ ଠାକୁରପାଲି ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଘୋଷଣା

ଦେବଗଡ଼:ଜିଲ୍ଲା ପ୍ରଶାସନ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଆଜି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ବାରକୋଟ ବ୍ଲକର ଅନୁସୂଚିତ ଜାତି ଅଧ୍ୟୁଷିତ ୨ ଗୋଟି ଗ୍ରାମ ମଧ୍ୟପୁର ପଞ୍ଚାୟତର କୁଲୁସରା ଓ ଝରାକଣ୍ଢଳ ପଂଚାୟତର ଠାକୁରପାଲି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଛି। ଆଜି ଜିଲ୍ଲାପାଳ କବିନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି,ସାଂସଦଙ୍କ ବାରକୋଟ ବ୍ଲକ୍ ପ୍ରତିନିଧି ହରମୋହନ ପାଣି,ବାରକୋଟ ବ୍ଳକ ବିଡିଓ ସୂର୍ଯ୍ୟକାନ୍ତ ବରିହା,ମଧ୍ୟପୁର ସରପଞ୍ଚ ଇତିକା ପ୍ରଧାନ,ପୂର୍ବ ସରପଞ୍ଚ ଭାରତ ଭୂଷଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।ପ୍ରକାଶ ଥାଉ କି ଆଦର୍ଶ ଗ୍ରାମ ଯୋଜନାରେ ଏହି ୨ ଗ୍ରାମକୁ ୪୦ ଲକ୍ଷ ଲେଖ।ଏଁ ଆର୍ଥିକ ଅନୁଦାନ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିଲା I ଏହି ଅର୍ଥରେ ବିଭିନ୍ନ ଆବଶ୍ୟକୀୟ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପନ୍ନ କରାଯିବ I ଅତିଥିମାନେ ଏହି ଯୋଜନାରେ କରାଯାଇଥିବା ସମସ୍ତ ପ୍ରକଳ୍ପ ଗ୍ରାମରେ ଭିତ୍ତି ଭୂମି ଅଭାବଜନିତ ସମସ୍ୟା ଦୂର କରିବେ ବୋଲି ମତପୋଷଣ କରିଥିଲେ I ତତସହିତ ବିକାଶର ଧାରା ଆଗକୁ ଜାରି ରହିବ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଅଧିକାରୀ କର୍ମଚାରୀ, ଗ୍ରାମବାସୀ,ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ସ୍ୱାମୀ ଲକ୍ଷ୍ମଣାନନ୍ଦ କମିସନ୍‌ ରିପୋର୍ଟ ହଜିବା ଦୁର୍ଭାଗ୍ୟଜନକ ଘଟଣା :ଜଷ୍ଟିସ ଏ.ଏସ୍‌ ନାଇଡୁ

    ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍‌ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍‌ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ…

    Continue reading
    ଥାର୍ଡ ଡିଗ୍ରୀ : ୨ ଅବକାରୀ ଅଧିକାରୀ ନିଲମ୍ବିତ

    କେନ୍ଦ୍ରାପଡ଼ା : ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି।ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ