
ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଚଡ଼େଇମେରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶି ଗ୍ରାମ ତଳ ସାହିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ଅନୁଗୁଳ ଜିଲ୍ଲା ରତଲେଇର ଜଗନ୍ନାଥପୁର ଗ୍ରାମର ସୁଶାନ୍ତ ନାୟକ(୩୨) ବୋଲି ଜଣାପଡିଛି। ସୁଶାନ୍ତ ନିଜର ସମ୍ପର୍କୀୟ ଘରକୁ ଆସିଥିଲେ।ଆଜି ସନ୍ଧ୍ୟାରେ ଅଞ୍ଚଳକୁ ହାତୀ ଆସିଥିବା ବେଳେ ହାତୀକୁ ଦେଖିବା ସହ ଫୋଟ ଉଠାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା।ଘଟଣା ସ୍ଥଳରେ ସୁଶାନ୍ତର ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


