ଥାର୍ଡ ଡିଗ୍ରୀ : ୨ ଅବକାରୀ ଅଧିକାରୀ ନିଲମ୍ବିତ

କେନ୍ଦ୍ରାପଡ଼ା : ଚୋରାମଦ ବିକ୍ରି ନେଇ ଅଭିଯୋଗ କରିଥିବା ଯୁବକଙ୍କୁ ଥାର୍ଡ ଡିଗ୍ରୀ କରିବା ଘଟଣା। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଅବକାରୀ ଅଧିକାରୀ ନିଲମ୍ବନ ହୋଇଛନ୍ତି।ନିଲମ୍ବିତ ଅଧିକାରୀ ଦୁଇ ଜଣ ହେଲେ ଅବକାରୀ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକ। ଉଭୟଙ୍କୁ ଅବକାରୀ କମିଶନର ନିଲମ୍ବନ କରିଥିବା ଜଣାପଡିଛି ।ଏନେଇ ଅବକାରୀ DSP ବିପ୍ର ମଣ୍ଡଳଙ୍କ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜନଗର ବ୍ଲକ୍ ବାଲିସାହିପାଟଣା ପଞ୍ଚାୟତ ବାରଦିଆ ଗ୍ରାମ ଛକରେ ଚୋରାମଦ ବ୍ୟାପକ ପରିମାଣରେ ବିକ୍ରୟ ହେଉଥିବା ନେଇ ବିନୋଦ କୁମାର ଦାସ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏତଦ୍ବ୍ୟତୀତ ଅବକାରୀ ବିଭାଗକୁ ବିଭିନ୍ନ ସମୟରେ ଅଭିଯୋଗ କରିଛିନ୍ତ । ଏହି ଅଭିଯୋଗ କରିବା ବିନୋଦଙ୍କ ପାଇଁ ମହଙ୍ଗା ପଡ଼ିଥିଲା । ମେ’୨୮ ତାରିଖରେ ଅବକାରୀ ବିଭାଗର କର୍ମଚାରୀମାନେ ବାରଦିଆ ଗାଁ ଛକରେ ପହଞ୍ଚି ଚୋରାମଦ ବିକୁଥିବା ବ୍ୟବସାୟୀଙ୍କ ନିକଟରେ ପହଞ୍ଚିଥିଲେ । ସେମାନଙ୍କୁ ଦେଖି ଅଭିଯୋଗକାରୀ ବିନୋଦ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଏହା ଦେଖି ଅବକାରୀ ଅଧିକାରୀ ଉତ୍ତ୍ୟକ୍ତ ହୋଇ ବିନୋଦଙ୍କୁ ଗାଡ଼ିକୁ ଉଠାଇ ନେବାକୁ ତାଙ୍କ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସମସ୍ତଙ୍କ ଉପସ୍ଥିତିରେ ବିନେଦାଙ୍କ ମାଡ଼ ମରାଯିବା ପରେ ରାଜନଗର ଥାନାକୁ ଆଣିଥିଲେ । ଥାନାରେ ପ୍ରାୟ ୧୧ଘଣ୍ଟାରୁ ଅଧିକ ସମୟ ବିନୋଦକୁ ଅଟକ ରଖାଯାଇଥିଲା । ପୁଲିସ ଉପସ୍ଥିତରେ ବିନୋଦକୁ ଧମକ ଦିଆଯାଇ ଏକ ସାଦା କାଗଜରେ ଦସ୍ତଖତ ନେଇ ଥାନାରୁ ଛାଡିଥିଲେ ବୋଲି ବିନୋଦ କହିଛନ୍ତି । ଅନ୍ୟପକ୍ଷରେ ବିନୋଦ ଅସୁସ୍ଥ ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଥିଲେ । ଏସଂପର୍କରେ କେନ୍ଦ୍ରପଡ଼ା ଅବକାରୀ ବିଭାଗର ଡିଏସପି ବିପ୍ର ମଣ୍ଡଳଙ୍କ ଅଭିଯୋଗ କରାଯାଇଥିଲା। ପରେ ଏହି ଘଟଣାର ତଦନ୍ତ ପରେ SI ଛାୟାକାନ୍ତ ନାୟକ, ASI ପ୍ରଦୀପ ମଲ୍ଲିକଙ୍ ବଦଳି କରିଥିଲେ ଅବକାରୀ ଡିଏସ୍‌ପି।

  • Related Posts

    ସ୍ୱାମୀ ଲକ୍ଷ୍ମଣାନନ୍ଦ କମିସନ୍‌ ରିପୋର୍ଟ ହଜିବା ଦୁର୍ଭାଗ୍ୟଜନକ ଘଟଣା :ଜଷ୍ଟିସ ଏ.ଏସ୍‌ ନାଇଡୁ

    ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣା ନାଇଡୁ କମିସନ୍‌ ରିପୋର୍ଟ ହଜିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଏ.ଏସ୍‌ ନାଇଡୁ। ଏହା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି କହିଛନ୍ତି। ଦେଢ଼ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ ହୋଇ ସରକାରଙ୍କୁ ଦିଆ…

    Continue reading
    ହାତୀ ଆକ୍ରମଣରେ ଯୁବକ ମୃତ

    ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଚଡ଼େଇମେରା ପଞ୍ଚାୟତ ଅନ୍ତର୍ଗତ ସଙ୍ଘାପଶି ଗ୍ରାମ ତଳ ସାହିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ଅନୁଗୁଳ ଜିଲ୍ଲା ରତଲେଇର ଜଗନ୍ନାଥପୁର ଗ୍ରାମର ସୁଶାନ୍ତ ନାୟକ(୩୨) ବୋଲି ଜଣାପଡିଛି। ସୁଶାନ୍ତ ନିଜର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ