କୃଷି ବିଭାଗ ପକ୍ଷରୁ ୪ଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ୪ଟି ନିଗମ, ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (OSCDCL) ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ବିଭାଗ ସହ ସମନ୍ବୟ ରକ୍ଷା କରି ଏକାଠି କାମ କରିବା ପାଇଁ ନିଗମଗୁଡିକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଏବଂ ନିଗମଗୁଡ଼ିକର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଜାଧବଙ୍କ ଉପସ୍ଥିତିରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ବୁଝାମଣା ପତ୍ର ଗୁଡ଼ିକରେ ନିଗମଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଏବଂ କୃଷି ବିଭାଗର ପ୍ରତିନିଧି ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ନିଗମ ଗୁଡିକର ପୂର୍ବ ବର୍ଷଗୁଡିକର ସଫଳତା ଏବଂ ଆଗାମୀ ଟାର୍ଗେଟ୍ ନେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।

ଚୁକ୍ତିନାମା ଅନୁଯାୟୀ, ଚଳିତ ବର୍ଷ OAIC ପକ୍ଷରୁ ୫୪,୦୦୦ ଟନ୍ ସାର, ୮,୪୦୦ ଟ୍ରାକ୍ଟର, ୧,୨୦୦ ପାୱାର୍ ଟିଲର୍ ଏବଂ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ସହିତ ‘ଜଳନିଧି’ ଯୋଜନା ଅଧୀନରେ ୬,୨୪୦ଟି ବିଦ୍ୟୁତ-ଚାଳିତ ଉଠା ଜଳସେଚନ ପଏଣ୍ଟ, ୧,୨୦୦ଟି ସାଲୋ ଟ୍ୟୁବଓ୍ବେଲ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଏବଂ ପ୍ରାୟ ୨୪ କୋଟି ଟଙ୍କାର ଉଦ୍ୟାନ କୃଷି ସାମଗ୍ରୀ ବିକ୍ରି କରିବାକୁ OAIC ଲକ୍ଷ୍ୟ ରଖିଛି। ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ମୋଟ ୧,୨୦୦ କୋଟି ଟଙ୍କାର ଟର୍ଣ୍ଣଓଭର ପାଇଁ ଲକ୍ଷ୍ୟ ରଖାଯାଇଛି। ନିଗମକୁ ଆଡଭାନ୍ସ ଟେକ୍ନୋଲୋଜିର ଅଧିକ ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସେହିପରି ଆପିକଲ୍ ଆର୍ଥିକ ବର୍ଷ ୨୦୨୬-୨୭ ମଧ୍ୟରେ ୧,୬୫୯ଟି ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁଥିପାଇଁ ୩୩୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହାୟତା ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ଏଥିମଧ୍ୟରୁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ପାଇଁ ୩୦୦ କୋଟି ଟଙ୍କା ଏବଂ ଶୀତଳ ଭଣ୍ଡାର ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ୩୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଫଏସିଏସ୍ ଯୋଜନା ପାଇଁ ଜିଲ୍ଲାରୁ ଅଧିକ ପ୍ରସ୍ତାବ ଆସିବା ଉପରେ ଗୁରୁତ୍ବ ଦେଇଥିଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ।

ଆର୍ଥିକ ବର୍ଷ ୨୦୨୬-୨୭ ମଧ୍ୟରେ, କାଜୁ ଚାଷକୁ ଅଧିକ ମଜବୁତ କରିବା ପାଇଁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (OSCDCL) ପକ୍ଷରୁ ୫୦୦ ହେକ୍ଟର ଜମିରେ ହାଇବ୍ରିଡ୍ କାଜୁର ପୁନଃ-ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହା ସହିତ ପୂର୍ବରୁ କରାଯାଇଥିବା ୭୬୧.୨୨ ହେକ୍ଟର ଜମିର କାଜୁ ବଗିଚାର ତୃତୀୟ ଓ ଚତୁର୍ଥ ବର୍ଷର ରକ୍ଷଣବେକ୍ଷଣ କାର୍ଯ୍ୟ ମଧ୍ୟ କରାଯିବ। ନିଗମକୁ ବ୍ରାଣ୍ଡିଂ ଏବଂ ମାର୍କେଟିଂ ଉପରେ ଅଧିକ ଧ୍ୟାନ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ କହିଥିଲେ।

ସେହିପରି, ଓଡ଼ିଶା ରାଜ୍ୟ ବିହନ ନିଗମ (OSSC) ସହିତ ହୋଇଥିବା ସହଭାଗିତାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟରେ ବିହନ ଉତ୍ପାଦନ ଏବଂ ଯୋଗାଣ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା। ଏହି ଚୁକ୍ତିନାମା ଅଧୀନରେ ଅଧିକ ଅମଳକ୍ଷମ ଏବଂ ଜଳବାୟୁ-ସହନଶୀଳ ବିହନ କିସମର ପ୍ରଚଳନ କରାଯିବ। ଏହା ସହିତ ସରକାରୀ ଅଧିକାରୀ ଓ ବିହନ ଚାଷୀମାନଙ୍କ ପାଇଁ ମିଳିତ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନିଗମକୁ ସ୍ବଳ୍ପ ଅବଧି ବିଶିଷ୍ଟ ଫସଲ ଉପରେ ଅଧିକ ଗୁରୁତ୍ବ ଦେବାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଥିଲେ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ