କେନ୍ଦୁଝରରେ କୃଷି କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦୁଝର,: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଏବଂ ଆଗାମୀ ଖରିଫ-୨୦୨୬ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କ୍ଷେତ୍ରସ୍ତରରେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ଏବଂ ଧାନ ନର୍ସରୀ ପ୍ରସ୍ତୁତି ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଲ୍‌ ନିନୋ (El Ni୦o) ଜନିତ ଅସ୍ବାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି କେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ଜିଲା ପ୍ରଶାସନ ଓ କୃଷି ବିଭାଗର ପ୍ରସ୍ତୁତିର ମଧ୍ୟ ସେ ସମୀକ୍ଷା କରିଥିଲେ।
ସୁଚିନ୍ତିତ ଯୋଜନା ଉପରେ ଗୁରୁତ୍ୱାରୋପ କରି ସିଂହଦେଓ କୃଷି ବିଭାଗର ଅଧିକାରୀମାନଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଏବଂ ‘ଜିଲା କୃଷି ଆପଦକାଳୀନ ଯୋଜନା’ (District Agriculture Contingency Plan) କୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାଛଡ଼ା, ଉପମୁଖ୍ୟମନ୍ତ୍ରୀ ଜିଲାରେ ‘ମଡେଲ ଫାର୍ମ’ (ଆଦର୍ଶ କୃଷି କ୍ଷେତ୍ର) ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ପରିଦର୍ଶନ କରିଥିଲେ।
ଜିଲା ପ୍ରଶାସନ ଏବଂ ବିଭିନ୍ନ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମୀକ୍ଷା କରି ସିଂହଦେଓ କହିଥିଲେ ଯେ, କେନ୍ଦୁଝର ଜିଲା ଖରିଫ-୨୦୨୬ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ଆଶା ବ୍ୟକ୍ତ କରିଛନ୍ତି ଯେ, ସ୍ବାଭାବିକଠାରୁ କମ୍‌ ବର୍ଷା ହେବାର ପୂର୍ବାନୁମାନ ସତ୍ତ୍ୱେ, ସମୟୋଚିତ ପଦକ୍ଷେପ ଏବଂ ସମନ୍ବିତ ପ୍ରୟାସ ଦ୍ୱାରା ଚଳିତ ଋତୁରେ ଭଲ ଉତ୍ପାଦନ ହେବ।

ଏହି ଗସ୍ତ ସମୟରେ ତେଲକୋଇର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଡ. ଫକୀର ମୋହନ ନାଏକ ଏବଂ ପାଟଣାର ବିଧାୟକ ଅଖିଳ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, କେନ୍ଦୁଝର ଜିଲାପାଳଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

  • Related Posts

    କନ୍ଧମାଳରେ ହାତୀ ଆତଙ୍କ : ସ୍ୱତନ୍ତ୍ର ର‍୍ୟାପିଡ୍ ରେସ୍ପନ୍ସ ଟିମ୍ ଗଠନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ହାତୀ ଓ ବନ୍ୟଶୂକର ଉପଦ୍ରବ ଏବେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ପାଇଁ ଏକ ଗମ୍ଭୀର ସମସ୍ୟାର ରୂପ ନେଇଛି। ବିଶେଷକରି ଘୁ.ଉଦୟଗିରି, ଟିକାବାଲି ଓ ରାଇକିଆ ବ୍ଲକର ବନାଞ୍ଚଳ ସଂଲଗ୍ନ…

    Continue reading
    ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି: ରାଇକିଆରେ ଯୁବ ସ୍ୱାବଲମ୍ବୀ ସମ୍ବାଦ କାର୍ଯ୍ୟକ୍ରମ

    ରାଇକିଆ: ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ “ବିକାଶର ଧାରା, ଓଡ଼ିଶା ସାରା” ଅଭିଯାନର ଏକ ଅଂଶ ସ୍ୱରୂପ ରାଇକିଆ ବ୍ଲକ ପରିସରରେ ଯୁବ ସ୍ୱାବଲମ୍ବୀ ସମ୍ବାଦ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ