ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ; ଆଜି ଭୋଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ ଗ୍ରହଣ। ତେବେ ଫଳାଫଳ ଘୋଷଣା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଭୋଟ ଗ୍ରହଣ ହେବ କିନ୍ତୁ ପ୍ରକାଶ ପାଇବନି ଫଳାଫଳ। ପରବର୍ତ୍ତୀ ଶୁଣାଣି ଯାଏଁ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ୧୪ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ନିମାଇଁ କଂଗ୍ରେସ ଦଳରୁ ବିଜୟୀ ହୋଇଥିବା ବେଳେ କଂଗ୍ରେସ, ବିଜେପି, ବିଜେଡି ଦଳର ମୋଟ ୧୪ ଜଣ କାଉନସିଲର ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପତ୍ର ଆଗତ କରିଥିଲେ। ବେଲପାହାଡରେ ବିଜେଡିର ୧୫ , ୨ ବିଜେପି ଓ ୨ କଂଗ୍ରେସର କାଉନସିଲର ଅଛନ୍ତି।

ଦୀର୍ଘ ଦିନ ଧରି ନଗରପାଳଙ୍କ କାର୍ଯ୍ୟକଳାପକୁ ନେଇ କାଉନସିଲରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଆଜି ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କାଉନସିଲରମାନେ ଅନାସ୍ଥା ଉପରେ ସେମାନଙ୍କର ମତ ସାବ୍ୟସ୍ତ କରିବେ।

  • Related Posts

    bjp focus on gen-z ଜେନ ଜିଙ୍କୁ ସାଙ୍ଗରେ ଧରି ଆଗେଇବ ବିଜେପି

    ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଜେନ୍-ଜିଙ୍କୁ ନେଇ ଚର୍ଚ୍ଚା ଜୋର । ସବୁ ରାଜନୈତିକ ଦଳ ଜେନ-ଜିଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ଆରମ୍ଭ କରି ଦେଇଛନ୍ତି କସରତ । ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଗୋଟିଏ ପାଦ ଆଗକୁ ଯାଇ…

    Continue reading
    ବିଜୁ ଜନତା ଦଳର ଏସସି ସେଲ୍ ପୁନର୍ଗଠିତ

    ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ଦଳର ଅନୁସୂଚିତ ଜାତି (SC) ସେଲ୍କୁ ନୂତନ ଭାବେ ପୁନର୍ଗଠିତ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଦଳର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ